ସନ୍ଦେହଘେରରେ ମହିଳାଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶିଳ୍ପାଞ୍ଚଳ କଣ୍ଟାବଣିଆର ଏକ ହଣ୍ଟିଂ ଜୋନରୁ ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିଳା ଜଣଙ୍କ ପାଲଲହଡ଼ା ଘୋଡାପଦାର ଲକ୍ଷ୍ମୀ ପୂର୍ତ୍ତି ବୋଲି ଜଣାପଡିଛି । ଘଟଣାସ୍ଥଳରେ କଣ୍ଟାବଣିଆ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଦେବଗଡ଼ ଅଞ୍ଚଳର ଅଜୟ କିଶାନ ନାମକ ଜଣେ ଯୁବକ ଲକ୍ଷ୍ମୀଙ୍କୁ ରକ୍ଷିତା ଭାବେ ରଖିଥିଲା । ଅଜୟ ଢ଼େଙ୍କନାଳରେ ରହି ଟ୍ରକ ଚଲାଏ । ତେବେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା କହିଛନ୍ତି ପଡୋଶୀ । ଆଜି ମୃତଦେହ ମିଳିବା ପରେ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ପୋଲିସ ଅଜୟକୁ ଅଟକ ରଖି ପଚରା ଉଚରା କରୁଛି ।

Share

Leave a Reply

Your email address will not be published. Required fields are marked *

one + 12 =