ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର: ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି କୁଣ୍ଡପାଟଣା-ସାମନ୍ତରାପୁରକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର‌୍ୟ୍ୟ ସ୍ଥଳ ନିକଟରେ। ଆଜି ଅପରାହ୍ନରେ ମହିଳା ଜଣଙ୍କ ନଦୀକୂଳେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତ ମହିଳା ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଛୋଟରାୟ ମୁଣ୍ଡାଙ୍କ ସ୍ତ୍ରୀ ମିନତୀ ମୁଣ୍ଡା (୪୫) ବୋଲି ଜଣାପଡିଛି । ନଦୀରେ ପାଣି କମ ଥିବା ବେଳେ ମହିଳାଙ୍କ ମୃତ୍ୟୁ କିପରି ହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ମିନତୀଙ୍କ ସ୍ୱାମୀ ଛୋଟରାୟ ମୁଣ୍ଡା ତାଙ୍କୁ ଛାଡ଼ିଦେଇଛନ୍ତି । ତେବେ ସେ ଯାଜପୁର ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ନଦୀରେ କମ ପାଣିଥିବାବେଳେ ତାଙ୍କର କିପରି ମୃତ୍ୟୁ ହୋଇଛି ତାଙ୍କୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ତେବେ କେହି ତାଙ୍କୁ ହତ୍ୟା କରିଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

Share

Leave a Reply

Your email address will not be published. Required fields are marked *

1 × five =