ରାଜଧାନୀରେ ୧୦ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର ସମେତ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି। ମିଳିଥିବା ତଥ୍ୟ ଅନୁସାରେ, ଶନିବାର ରାତିରେ ଏଠାରେ ତାପମାତ୍ରା ୧୧.୧ ଡିଗ୍ରି ଥିବାବେଳେ ରବିବାର ରାତିରେ ସର୍ବନିମ୍ନ ତାପମାତ୍ରା ୯.୯ ଡିଗ୍ରିରେ ପହଞ୍ଚିଥିଲା। ଜାଡ଼ରେ ଥରିଥିଲେ ଲୋକେ। ସନ୍ଧ୍ୟା ହେବା କ୍ଷଣି ହାଲକା ଶୀତ ହୋଇଥିଲା। ଏହା ଧୀରେ ଧୀରେ ବଢ଼ି ଚାଲିଥିଲା। ରାତି ୧୨ଟା ୪୫ ବେଳକୁ ସବୁ ରେକର୍ଡ ଭାଙ୍ଗିଥିଲା ପାରଦ। ସର୍ବନିମ୍ନ ସ୍ତରକୁ ଚାଲିଯାଇଥିଲା।
କେବଳ ଭୁବନେଶ୍ବର ନୁହେଁ। କଟକର ତାପମାତ୍ରା ବି ହ୍ରାସ ପାଇ ୧୦.୪ ଡିଗ୍ରିରେ ପହଞ୍ଚିଛି। ବାଲେଶ୍ବରରେ ସ୍ଥିତି ସମାନ ରହିଛି। ସେଭଳି କୌଣସି ଆଖିଦୃଶିଆ ପରିବର୍ତନ ଦେଖିବାକୁ ମିଳୁନି। ରବିବାର ରାତିରେ ଏଠାରେ ତାପମାତ୍ରା ୯.୧ ଡିଗ୍ରି ରହିଥିଲା। ଅନୁଗୁଳରେ ବି ତାପମାତ୍ରା ୭.୬ ଡିଗ୍ରିକୁ କମିଛି। କେତେକ ଆଭ୍ୟନ୍ତରୀଣ ସ୍ଥାନରେ ଗୋଟିଏରୁ ଦୁଇ ଡିଗ୍ରି କମ୍ ରହୁଥିବା କୁହାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ବର୍ତମାନ କେନ୍ଦ୍ରୀୟ ଭାରତରେ ଏକ ଗୁରୁଚାପ ସୃଷ୍ଟି ହୋଇଛି। ତେଣୁ ଓଡ଼ିଶାକୁ ଉତ୍ତରା ପବନ ଆସିବାରେ ବାଧା ସୃଷ୍ଟି ହେଉଛି। ତେଣୁ ଥଣ୍ଡା ଟିକିଏ କମ୍ ଅନୁଭୂତ ହେଉଛି। ଏବେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଥଣ୍ଡା ରହୁଛି। ଆଗକୁ ଉତ୍ତରା ପବନ ହେବାକୁ ଥିବାରୁ ୨୬ ତାରିଖ ପରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରାୟ ଦୁଇରୁ ତିନି ଡିଗ୍ରି ପର୍ୟ୍ୟନ୍ତ ତାପମାତ୍ରା କମିବ। ପାଗ ମେଘୁଆ ରହିବ। ଆସନ୍ତା ସପ୍ତାହକ ପର୍ୟ୍ୟନ୍ତ ୧୦ରୁ ୧୨ଟି ସହରର ପାରଦ ହାରାହାରିଠାରୁ ୨ରୁ ୩ ଡିଗ୍ରି କମ୍ ରହିବ।

Share

Leave a Reply

Your email address will not be published. Required fields are marked *

20 − three =