ସ୍ମାର୍ଟ ସିଟିରେ ମାଗଣା ୱାଇଫାଇ ସେବା

ଭୁବନେଶ୍ବର () : ଡିଜିଟାଲ ହେଲା ଭୁବନେଶ୍ବର । ଏଣିକି ରାଜଧାନୀର ସବୁ ମୁଖ୍ୟ ରାସ୍ତାରେ ଉପଲବ୍ଧ ହେବ ୱାଇଫାଇ ସେବା । ରାଜଧାନୀବାସୀଙ୍କୁ ଡିଜିଟାଲ ଦୁନିଆ ସହ ଯୋଜିବା ପାଇଁ ଆଜିଠୁ ଆରମ୍ଭ ହୋଇଛି ମାଗଣା ୱାଇଫାଇ ସେବା । ଭୁବନେଶ୍ବର ସ୍ମାର୍ଟ ସିଟି ଲମିଟେଡ ଦ୍ବାରା “ଭୁବନେଶ୍ବର ମି” ୱାଇଫାଇ ନାଁରେ ଏହି ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିର ଶୁଭାରମ୍ଭ କରିଛନ୍ତି ।

ପ୍ରଥମେ 100ଟି ହଟସ୍ପଟ ଏବଂ 275ଟି ଆକ୍ସେସ ପେଣ୍ଟ କାର୍ଯ୍ୟ କରିବ ୱାଇଫାଇ ସେବା । କିଟ ଛକରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର ତଥା ନାଲକୋ ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତାର ପ୍ରମୁଖ ସ୍ଥାନରେ ଏହି ହଟସ୍ପଟ ଉପଲବ୍ଧ ହେବ । ପ୍ରତ୍ୟେକ ହଟସ୍ପଟ ଏକାସଙ୍ଗରେ 150ଜଣ ବ୍ୟବହାରକାରୀଙ୍କୁ ସେବା ଦେବା ପାଇଁ ସକ୍ଷମ । ଏଥିରେ ବ୍ୟବହାରକାରୀ 2ଏମବିପିଏସ (ମେଗା ବାଇଟ ପର ସେକେଣ୍ଡ) ଇଣ୍ଟରନେଟ ସ୍ପିଡର ସୁବିଧା ପାଇପାରିବେ ।

ଏହି ସେବାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସେବା ସବୁ ବର୍ଗର ନାଗରିକ ବିଶେଷ କରି ଯୁବବର୍ଗଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ଏହି ନେଟୱର୍କ ବ୍ୟବହାର ପାଇଁ ନଗରିକଙ୍କୁ କୌଣସି ପଟା ଉପଯୋଗ ଶୁଳ୍କ ଦେବାକୁ ପଡିବ ନାହିଁ । ପ୍ରଥମ ପର୍ଯ୍ୟାୟରେ 100ଟି, ଦ୍ବିତୀୟ ପର୍ଯ୍ୟାୟରେ ଆଉ 100ଟି ଏହିଭଳି ପର୍ଯ୍ୟାୟ କ୍ରମେ 518ଟି ହଟସ୍ପଟ ସହ ପୁରା ସହ ଯୋଡି ହେବ । ଏହା ଜରିଆରେ 1800 ଅକ୍ସେସ ପଏଣ୍ଟରେ ଏହି ସୁବିଧା ଉପଲବ୍ଧ ହେବ । ପରବର୍ତ୍ତି ସମୟରେ କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉଲକେଲା ଓ ଜଗନ୍ନାଥଧାମ ପୁରୀରେ ମଧ୍ୟ ଏହି ୱାଇଫାଇ ସେବା ଆରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ ଯେକୌଣସି ନାଗରିକ ଦୈନିକ 250 ଏମବି ପର୍ଯ୍ୟନ୍ତ ଡାଟା ମାଗଣାରେ ପାଇପାରିବେ । ଏହି ଡାଟାର ଉପଯୋଗ ପରେ ପୁନଶ୍ଚ ଡାଟା ବ୍ୟବହାର ପାିଁ ସେମାନଙ୍କୁ ଲଗଇନ କରି ଶିଳ୍କ ପୈଠର ଯୋଜନା ବାଛିବାକୁ ହେବ । 250 ଏମବିରୁ ଅଧିକ ଡାଟା ବ୍ୟବହାର କରିବାକୁ ହେଲେ ଦୈନିକ 1ଜିବି ପର୍ଯ୍ୟନ୍ତ ଡାଟା ସପ୍ତାହକ ପାଇଁ 20 ଟଙ୍କାରେ ଉପଲବ୍ଧ ହେବ । ସେହିପରି ଦୈନିକ 2ଜିବି ପର୍ଯ୍ୟନ୍ତ ଡାଟା ସାତ ଦିନ ପାଇଁ 30ଟଙ୍କା, ଦୈନିକ 3ଜିବି ଡାଟା 14 ଦିନ ପାଇଁ 40 ଟଙ୍କାରେ, ଦୈନିକ 4 ଜିବି ଡାଟା 14 ଦିନ ପାଇଁ 50 ଟଙ୍କାରେ ଏବଂ ଜୈନିକ 5 ଜିବି ଡାଟା 28 ଦିନ ପାଇଁ 60 ଟଙ୍କାରେ ଉପଲବ୍ଧ ହେବ ବୋଲି ବିଡିଏ ଉପାଧକ୍ଷ କିଷନ କୁମାର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − seventeen =