ତିତଲି ସହାୟତା ମିଳିବାରେ ବିଳମ୍ବ କାହିଁକି ?

ଭୁବନେଶ୍ବର () ଓଡିଶା ସହ ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଅନ୍ୟ ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ମିଳୁଛି, ଅଥଚ ଓଡିଶାକୁ ମିଳୁନି । ଓଡିଶା ପ୍ରତି ବର୍ତ୍ତମାନର କେନ୍ଦ୍ର ସରାକରଙ୍କ ଏଭଳି ମନୋବୄତିକୁ ନେଇ ସବୁଠି ପ୍ରଶ୍ନ। ରାଜ୍ୟ ସରକାର ଓ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଭାବେ କେନ୍ଦ୍ର ସରକାରଙ୍କ ନଜରକୁ ଆଣୁଥିଲେ ମଧ୍ୟ କୌଣସି ଜବାବ ଦେଉ ନାହିଁ କେନ୍ଦ୍ର। ଯାହାକୁ ନେଇ ଅସନ୍ତୋଷ ତେଜୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ହେଲେ କୌଣସି ଉତ୍ତର ନ ଆସିବା ପରେ ଶେଷରେ ବାଧ୍ୟ ହୋଇ ରାଜନାଥଙ୍କ ସହ ଆଜି ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ।

ଏନଡିଆରଏଫରୁ ଅର୍ଥ ପ୍ରଦାନ କରିବାରେ ଏହି ବିଳମ୍ବକୁ ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳା ବୋଲି ଚିତ୍ରିତ କରିଛି ବିଜେଡି । ଗୋଟିଏପଟେ ତିତଳି ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ, କେରଳ ଓ ନାଗାଲାଣ୍ଡକୁ ଏନଡିଆରଏଫ ସହାୟତା ଦିଆଯାଇଛି ହେଲେ ଓଡିଶା ପାଇଁ ନିରବ କାହିଁକି ବୋଲି ଦଳ ପ୍ରଶ୍ନ କରିଛି। ନଭେମ୍ବରରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଟଙ୍କାଟିଏ ବି ଦେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ।

ଇତିମଧ୍ୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ଥିବା 1689 କୋଟି ଟଙ୍କା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇସାରିଛି। ବାକି କାର୍ଯ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ବରାଦ କରିବା ଆବଶ୍ୟକ। ତେବେ ବିଜେପି ଏହାକୁ ନେଇ ବ୍ୟାକଫୁଟରେ ରହିଥିବା ବେଳେ ଦଳର ନେତା ଦୋଷ ଘୋଡାଇବାକୁ ଯାଇ ଯାହା ପାଉଛନ୍ତି ତା ମତ ରଖୁଛନ୍ତି। କଂଗ୍ରେସ କହିଛି ଏହା ଦୁର୍ଭାଗ୍ୟଜନକ।

ତିତଲୀ ଯୋଗୁ ଓଡ଼ିଶାର17 ଜିଲ୍ଲାର 128 ବ୍ଲକ ପ୍ରଭାବିତ ହୋଇଥିଲା। ପ୍ରାୟ 60 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ରାଜ୍ୟ ସରକାର କ୍ଷୟକ୍ଷତି ବାବଦକୁ 2779 କୋଟି ଟଙ୍କା ଆକଳନ କରିଥିଲେ। କେନ୍ଦ୍ରୀୟ ଅଂଶ ବାବଦରେ 2023. 13 କୋଟି ଟଙ୍କା ଦେବାକୁ ଚିଠି ଲେଖିଥିଲେ।

Share

Leave a Reply

Your email address will not be published. Required fields are marked *

18 − four =