କେଉଁଠି ଅଛି ଗୋବିନ୍ଦ?

ଭୁବନେଶ୍ୱର: ପ୍ରଥମେ ୨୦ ହଜାର ଆଉ ଏବେ ଲକ୍ଷେ । ମମିତା ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସହୁଙ୍କୁ ଧରାଇଦେଲେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଦିଆଯିବ । ଆଜି ପୋଲିସ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ ପୋଲିସ ହେପାଜତରୁ ଖସି ପଳାଇ ଆସିଥିବା ଗୋବିନ୍ଦ ସାହୁ ଏବେ କେଉଁଠି ଅଛି । ତାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ମହାଲିଙ୍ଗରେ ନିର୍ମାଣ ହେଉଥିବା ପଡ଼ିଆରୁ ଏକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାହା ମମିତାଙ୍କର କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ । ତେବେ ସେଠାରୁ ମିଳିଥିବା ଚେନ ଏବଂ ପାଉଁଜି ମମିତାଙ୍କର ବୋଲି ପରିବାର ଲୋକେ କହିଥିଲେ ସୁଦ୍ଧା ତାହା ସ୍ପଷ୍ଠ ହୋଇନାହିଁ । ତେବେ ସବୁଠାରୁ ବଡ଼ କଥା ହେଉଛି କି, ପୋଲିସ ହେପାଜତରୁ କିପରି ଖସିଲା ଗୋବିନ୍ଦ? ଏହା ସବୁଠାରୁ ବଡ଼ କଥା । ଯଦି ସେ ଖସିୁ ଆସିଲା ତେବେ ତାକୁ କିଏ ଦେଉଛି ସୁରକ୍ଷା । ସେ ଏବେ କେଉଁଠି? ଏହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

nineteen + 4 =