24ରୁ ସବୁ ସହରାଞ୍ଚଳରେ ଶନି,ରବି ସଟଡାଉନ୍

ଭୁବନେଶ୍ୱର: କରୋନା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଥିବା ସମୟରେ ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ଜାରି କରିଛନ୍ତି ସରକାର । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା |

ମାଲ ପରିବହନ ଓ ମଣ୍ଡି ଖୋଲା ରହିବ । ଜାତୀୟ ରାଜପଥ ପାର୍ଶ୍ବ ଢାବା ଖୋଲା ରହିବ । ଏହି ଦିନମାନଙ୍କରେ କେବଳ ଖାଦ୍ୟ ପାରସଲ ପାଇଁ ଅନୁମତି ଦେଇଛନ୍ତି ସରକାର ।

ସେହିପରି ଜରୁରୀ ସେବାରେ ଥିବା କର୍ମଚାରୀ ସଟଡାଉନ ଦିନରେ କେବଳ ପାସ ଦେଖାଇ ଯାଇପାରିବେ । ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଯାତାୟତ ପାଇଁ ଅନୁମତି ମିଳିବ । ଅନ୍ୟପଟେ ଅଙ୍ଗନୱାଡି, ସ୍କୁଲ, କଲେଜ ଆଦି ବନ୍ଦ ରହିବ । ରୋଗୀମାନେ ମଧ୍ୟ ମେଡିକାଲ କାଗଜପତ୍ର ଦେଖାଇ ଆବଶ୍ୟକୀୟ କାର୍ଯ୍ୟ କରିପାରିବେ ।

ରାଜ୍ୟରେ ଗତ ୭ରୁ ୮ ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେଣୁ ଏହି ବଢୁଥବା କରୋନା ମାମଲାକୁ କମାଇବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ଏହି କଟକଣା ଅର୍ଥାତ ସଟଡାଉନ ଆସନ୍ତା ୨୧ ତାରିଖରୁ ଆରମ୍ବ କରାଯିବ । ମେ ୧୫ ତାରିଖ ପର୍ଯ୍ୟନ୍ତ ସରକାର ଏହି କଟକଣା ବଳବତ୍ତର ରଖିବେ ବୋଲି କହିଛନ୍ତି ଏସଆରସି ।

ନୂଆ କଟକଣା ଅନୁଯାୟୀ ଏଣିକି ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଅନ୍ତ୍ୟେଷ୍ଟିରେ ୨୦ ଜଣଙ୍କୁ ଅନୁମତି ରହିଛି । ତେବେ ବିବାହ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା ମାରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସେହିପରି ହାଟବଜାର ଓ ସପିଂ ମଲ ଉପରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି । ମଲ ଭିତରେ ଥିବା ଫୁଡକୋର୍ଟ ବା କୌଣସି ହୋଟେଲରେ ବସି ଖାଇବାକୁ ଅନୁମତି ଦିଆଯିବ ନାହିଁ ।

କଟକଣାରେ କେବଳ ପାର୍ସଲ ପାଇଁ ଅନୁମତି ରହିଛି । ସେହିପରି ରାସ୍ତାକଡ଼ ଉଠା ଦୋକାନୀ ବା ଠେଲାରୁ ପାର୍ସଲ ନୋଇପାରିବେ ଲୋକେ । ସେହିପରି ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଢାବା ଗୁଡ଼ିକ ମଧ୍ୟ କେବଳ ପାର୍ସଲ ଦେଇପାରିବେ । ଅନ୍ୟପଟେ ଫିଲ୍ମ ହଲ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ବୋଲି କଟକଣାରେ ନିର୍ଦେଶ ରଖିଛନ୍ତି ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

11 − two =