ପୁଣି ଜଣେ ସାମ୍ବାଦିକ ଗିରଫ

ଭୁବନେଶ୍ୱର: ପୁଣି ଜଣେ ସାମ୍ବାଦିକ ଗିରଫ । ୱେବ ସାମ୍ବାଦିକଙ୍କ କଳା କାରନାମା ପଦାରେ ପଡିଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲା । ପରେ ଅଢ଼େଇ ଲକ୍ଷ ଟଙ୍କା ନେଇଯାଇଥିଲା ଓ ପରେ ଫୋନ ଉଠାଇ ନଥିଲା । ଶେଷରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ସାମ୍ବାଦିକ ଜଣକ ହେଲେ ଦୀପକ ଦେହୁରୀ । ତାଘର ରାଉରକେଲା ଅଞ୍ଚଳରେ ।
ଯୁବତୀଙ୍କୁ ପ୍ରଥମେ ଦୀପକ ପ୍ରେମ ଜାଲରେ ଫସାଇଥିଲା । ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲା । ଏପରିକି ପ୍ରେମିକା ପାଖରୁ ଟଙ୍କା ମଧ୍ୟ ନେଇଥିଲା । ତେବେ ବିବାହ ନକରି ଅନେକ ବାର ଶାରିରୀକ ସମ୍ପର୍କ ରଖିଥିଲା । ତେବେ ପ୍ରେମିକା ବାରମ୍ବାର ଫୋନ କରିଥିଲେ ସୁଦ୍ଧା ଉଠାି ନଥିଲା । ତେବେ ଗିରଫ ସାମ୍ବାଦିକ ଜଣକ ବିବାହ କରିଥିବା ଜଣାପଡିଛି । ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

18 + 11 =