ଭୋଟ ଗଣତି ପାଇଁ ଦୁଇ ଦିନିଆ ତାଲିମ ଶିବିର ଆରମ୍ଭ

ଭୁବନେଶ୍ବର() ଆସନ୍ତା ୨୩ ତାରିଖରେ ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ନିର୍ବାଚନ କମିଶନରଙ୍କ ଦ୍ଵାରା ଦୁଇ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । କେମିତି ଭୋଟ ଗଣତି ହେବ ତାହାର ଡେମୋ କରି ଦେଖାଇଛନ୍ତି ନିର୍ବାଚନ ଅଧିକାରୀ । ଆଜି ୧୪ଟି ଜିଲ୍ଳାର ରିଟର୍ଣ୍ଣିଂ ଅଫିସର ଆସିଛନ୍ତି । କାଲି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ଆସିବେ । ୨ଟି ପର୍ୟ୍ୟାୟରେ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟର ପ୍ରତି କାଉଂଟିଙ୍ଗ ହଲରେ ପ୍ରସ୍ତୁତି ଚାଲିଛି ।

ଯେଉଁ ରିଟର୍ଣ୍ଣିଂ ଅଫିସର ପ୍ରଶିକ୍ଷଣ ନେଉଛନ୍ତି, ସେମାନେ ୨୦ ସୁଦ୍ଧା କାଉଣ୍ଟିଂ ସୁପରଭାଇଜର ଓ ଅନ୍ୟ ଅଧିକାରୀଙ୍କୁ ଟ୍ରେନିଂ ଦେବେ । କାଉଣ୍ଟିଂ ହଲ୍ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ଥର ପାଇଁ ରାଜ୍ୟର ସବୁ କାଉଣ୍ଟିଂ ହଲକୁ ଏୟାର କଣ୍ଡିସନ୍ କରାଯିବ । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାରିଛି । ଗୋଟିଏ ହଲ୍ରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଟେବୁଲ ରହିବ ।

ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିଭିପାଟ୍ କାଉଂଟିଙ୍ଗ ହେବ । ଯେଉଁଥିପାଇଁ ଅଧିକ ସମୟ ଲାଗିବ । କାରଣ ଏଥିରେ ଯେଉଁ ଲଟେରୀ ହେବ ସେହି ଲଟେରୀରେ ହିଁ ଏକ ଘଂଟାରୁ ଅଧିକ ସମୟ ଲାଗିବ । ତା ପରେ ଭିଭିପାଟ୍ କାଉଂଟିଙ୍ଗ ଯେଉଁଟା ହେବ ୫ଟି ବୁଥରେ ହେବ । ଅର୍ଥାତ୍ ଉଭୟ ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଲଟେରୀ ଅନୁସାରେ ମାତ୍ର ୫ଟି ବୁଥର ଭିଭିପାଟ୍ ଗଣତି କରାଯିବ ।

Share

Leave a Reply

Your email address will not be published. Required fields are marked *

four × 4 =