ପ୍ରେମିକା ଘରକୁ ଯିବା ମହଙ୍ଗା ପଡ଼ିଲା ପ୍ରେମିକକୁ

ବାଲେଶ୍ୱର: କଥାରେ ଅଛି ପ୍ରେମ ଅନ୍ଧ। ମାନେ ନାହିଁ ଜାଗା କି ଅଜାଗା।ପ୍ରେମିକା ଘରକୁ ଆସି ଜଣେ ଯୁବକ ଧରାପଡି ବନ୍ଧା ହେବା ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ମୁଗୁନିପୁର ଅଂଚଳରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ପଥରପେଣ୍ଠ ପଞ୍ଚାୟତ ଅଧିନ ବଡ଼ଗାଁ ଅଂଚଳର ବିଜୟ ମଲ୍ଲିକଙ୍କ ପୁଅ ବାବୁ (୨୨) ବିବାହିତ ଅଛନ୍ତି। ତାଙ୍କର ୪ ବର୍ଷର ପୁଅଟିଏ ଅଛି।ମୋବାଇଲ ରେ ମିସକଲ କରିବା ଓ କଥା ଛଳରେ ପ୍ରେମ କରିବା ଆଜି ତାଙ୍କୁ ମହଙ୍ଗା ପଡିଛି।

ମିସକଲରୁ ନାବାଳିକାଙ୍କ ସହ ବାବୁର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘଦିନ ହେବ ଉଭୟ ଫୋନରେ କଥା ହେଉଥିଲେ । ଘରେ କେହି ନଥିବା ବେଳେ ନାବାଳିକା ଜଣକ ପ୍ରେମିକକୁ ଘରକୁ ଡକାଇଥିଲା । ଘରେ ଉଭୟ ପ୍ରେମିକ ପ୍ରେମିକା ରହିଥିବା ବେଳେ ଗାଁର କିଛି ଯୁବକ ତାଲା ପକାଇ ଦେଇଥିଲେ । ପରେ ଝିଅର ପରିବାର ଲୋକେ ଆସିବା ପରେ ତାକୁ ବାନ୍ଧି ଦେଇଥିଲେ । ତେବେ ଝିଅକୁ ତା ପ୍ରେମିକ ସହ ବିବାହ କରାଯାଉ ବୋଲି ଦାବି କରିଛନ୍ତି ନାବାଳିକାଙ୍କ ପରିବାର । ସେପଟେ ବନ୍ଧା ହୋଇଥିବା ବାବୁ ବିବାହିତ । ତାର ୪ ବର୍ଷର ଗୋଟିଏ ପୁଅ ମଧ୍ୟ ରହିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

3 × 5 =