ଭିଜିଲାନ୍ସ ପଞ୍ଝାରେ ବିଦ୍ୟୁତ୍ ବିଭାଗ ଏସଡିଓ

କେନ୍ଦୁଝର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନେସ୍କୋ ଇଲେକ୍ଟ୍ରିକାଲ ଏସଡିଓ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ଓ ଅନ୍ୟ ତିନିଟି ସ୍ଥାନରେ ଚଢାଉ କରିିଛି ଭିଜିଲାନ୍ସ । ଭିଜିଲାନ୍ସର ଚାରିଟି ଟିମ୍ ମହେଶ୍ୱରଙ୍କ କେନ୍ଦୁଝର ସ୍ଥିତ ବାସଭବନ, ଅଫିସ, ଘଟଗାଁ ଓ ତାଙ୍କର ପୈତୃକ ଘର ଉପରେ ଏକକାଳୀନ ଚଢାଉ କରିଛି । ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଅତିରିକ୍ତ ଏସପି ପରମେଶ୍ୱର କିଷାନଙ୍କ ନେତୃତ୍ୱରେ ୨ ଜଣ ଡିଏସପି ଓ ୫ ଜଣ ଏସଆଇଙ୍କ ସହ ୪ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ତାଙ୍କ ବିରୋଧରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ରହିଥିଲା ।

Share

Leave a Reply

Your email address will not be published. Required fields are marked *

20 + twelve =