୬ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଆକ୍ସନ ମୁଡରେ ଭିଜିଲାନ୍ସ । ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଚାଲିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏହି ଚଢାଉରେ ଜଣେ ଏଏସ୍‌ପି, ୧୧ ଡିଏସ୍‌ପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ତେବେ ୬ ଜଣ ଅଧିକାରୀଙ୍କ ଘରେ ଏହି ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ରମେଶ ଚନ୍ଦ୍ର ପଣ୍ଡା, ଓଏଏସ୍‌ ଏକ୍ସ-ତହସିଲଦାର, କୁଜଙ୍ଗ a / p ତହସିଲଦାର ତିହିଡି, (୨) ମହେନ୍ଦ୍ର ପ୍ରସାଦ ମହାନ୍ତି, ଓଏଏସ୍‌, ରିଟ, ଏକ୍ସ-ସବ୍‌-କଲେକ୍ଟର, ଜଗତସିଂହପୁର,(୩) ସନ୍ତୋଷ କୁମାର ମଲ୍ଲିକ, ଏକ୍ସ- ରାଜସ୍ବ ଇନ୍ସପେକ୍ଟର, ଝିମାଣି, ଆର.ଆଇ ସର୍କଲ, (୪) ନରେନ୍ଦ୍ର କୁମାର ଲେଙ୍କା, ଏକ୍ସ-ରେଭିନ୍ୟୁ ଇନ୍ସପେକ୍ଟର, ପାରାଦୀପ ଗଡ଼, ରିଟ୍‌(୫) ସୁବାସ ଚନ୍ଦ୍ର ଦାସ, ରାଜସ୍ବ ଇନ୍ସପେକ୍ଟର, କୁଜଙ୍ଗ (୬) ଜ୍ୟୋତି ଭୂଷଣ ବାରିକ, ରାଜସ୍ବ ନିରୀକ୍ଷକ, ପାଣ୍ଡୁଆ ସର୍କଲଙ୍କ ନାମରେ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଏହି ଚଢ଼ାଉ ଜାରି ରହିଛି।

Share

Leave a Reply

Your email address will not be published. Required fields are marked *

17 + seven =