ମାଲକାନଗିରିରେ ଯନ୍ତ୍ରୀଙ୍କ ଘରୁ ମିଳିଲା ରେକର୍ଡ ପରିମାଣର ଟଙ୍କା

ମାଲକାନଗିରିର ଅଧିକ୍ଷଣ ଯନ୍ତ୍ରୀ ଆଶୀଷ କୁମାର ଦାସଙ୍କ ଘରୁ ମିଳିଲା 1 କୋଟି 36 ଲକ୍ଷ 75 ହଜାର ଟଙ୍କା । ଚତୁର୍ଥ ଦିନ ରେଡ ସମୟରେ ଭିଜିଲାନ୍ସ 1 କୋଟି 15 ଲକ୍ଷ ଟଙ୍କା ଜବତ କରିଛି । ପ୍ରଥମ ଦିନ 21 ଲକ୍ଷ 75 ହଜାର ଟଙ୍କା ଜବତ କରିଥିବା ବେଳେ 602 ଗ୍ରାମ ସୁନା ଜବତ କରିଥିଲା । ଜବତ ହୋଇଥିବା ମୋଟ ସୁନାର ପରିମାଣ ହେଉଛି 1.2 କେଜି । ଏତେ ପରିମାଣର ଟଙ୍କା ଏବଂ ସୁନା ଜବତ କରିବା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

10 − 1 =