ଭିଜିଲାନ୍ସ ଜାଲରେ ଫସିଲେ ଏସଡିପିଓ

ଭିଜିଲାନ୍ସ ଜାଲରେ ଫସିଲେ ଏସଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଧରିଥିଲା କଟକ ଭିଜିଲାନ୍ସ ବିଭାଗ ।

ହିନ୍ଦୋଳ ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ ନିକଟରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ। ପଥର ପରିବହନ ସମୟରେ ଗାଡିଗୁଡ଼ିକୁ ପାସ୍‌ କରାଇଦେବା ପାଇଁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡିବସିଥିଲା ଭିଜିଲାନ୍ସ । ଦୁଃଖବନ୍ଧୁ କହିଛନ୍ତି, ଗାଡ଼ିର ସମସ୍ତ କାଗଜପତ୍ର ଓ ଅନୁମତି ଥିବା ସତ୍ତ୍ୱେ ଏସଡିପିଓ ମଳୟ ନାୟକ ବାରମ୍ବାର ଧମକ ଦେବା ସହ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ପୂର୍ବ ଯୋଜନା ମୁତାବକ ଟଙ୍କା ନେବା ନିମନ୍ତେ ସେ କାରନ୍ଦା ଛକକୁ ଆସିଥିଲେ। ପୂର୍ବ ଯୋଜନା ମୁତାବକ ସେହି ସମୟରେ ସେଠାରେ ଭିଜିଲାନ୍ସ ବିଭାଗ ଅଧିକାରୀ ଛକି ରହିଥିଲେ। ଏସଡିପିଓ ଲାଞ୍ଚ ଟଙ୍କା ନେବା ବେଳେ ସିଧାସଳଖ ଭାବେ ମାଡ଼ି ବସିଛି ଏସଡିପିଓ । ଭିଜିଲାନ୍ସ ବିଭାଗ ତାଙ୍କୁ ନେଇ ଅଧିକ ପଚରାଉଚରା ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

seventeen + 19 =