ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ । ରାୟଗଡ଼ାର ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ ୬ ଲକ୍ଷ ଟଙ୍କା ସହ ଧରିଛି ଭିଜିଲାନ୍ସ । ନିନା ବେଉରା ଅନୈତିକ ଉପାୟରେ ଅର୍ଜିତ ଟଙ୍କା ସହ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଅଟକାଇଥିଲା । ଯାଞ୍ଚ୍ ବେଳେ ତାଙ୍କ କାରରୁ ୬ ଲକ୍ଷ ଟଙ୍କା ମିଳିଥିଲା । ଜବତ ଟଙ୍କା ସମ୍ପର୍କରେ ନିନା ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି ।

ନିନା ବେଉରା ହେଉଛନ୍ତି ମାହାଙ୍ଗା ଥାନା ଅଧିକାରୀ ନିହାର ଦାସଙ୍କ ପତ୍ନୀ । ପତ୍ନୀ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ନିହାର ଦାସଙ୍କ ପତ୍ତା ମିଳୁନାହିଁ । ଭିଜିଲାନ୍ସ ତାଙ୍କ କ୍ବାଟର୍ସରେ ଚଢ଼ାଉ ଜାରି ରଖିଛି । ମାହାଙ୍ଗା ଥାନା ଅଧିକାରୀ ନିହାର ଦାସଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି ।

Share

Leave a Reply

Your email address will not be published. Required fields are marked *

one × 1 =