କରେନାରେ ଗୁରୁତର ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ

କଟକ: କରୋନା ସଂକ୍ରମିତ ହେବା ପରେ ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା.ଦେବାଶିଷ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହେଉଛି । କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉନ୍ନତମାନର ଚିକିତ୍ସା ଲାଗି ତାଙ୍କୁ ହାଇଦ୍ରବାଦ ପଠାଯିବା ନେଇ ସୂଚନା ମିଳିଛି ।

ସୂଚନା ଥାଉକି, ଡା. ପାଣିଗ୍ରାହୀଙ୍କୁ ମେ ୨୯ରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେବାର ଦୁଇ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡି ଯାଇଥିଲା। ସେ ଆଇସିୟୁରେ ଥିଲେ ଏବଂ ପରେ ଏକ ଭେଣ୍ଟିଲେଟର ଲଗାଯାଇଛି ।

Share

Leave a Reply

Your email address will not be published. Required fields are marked *

eight + 14 =