ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓଡିଶାରେ ଆସି ପହଞ୍ଚିଛନ୍ତି । ଆଜି ଦିନ ୧୧ଟା ୧୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରୁ ସେ ରାଜଭବନ ଗସ୍ତ କରିଛନ୍ତି ।ଆଜି ସନ୍ଧ୍ୟାରେ କଟକ ଯାଇ ସାରଳା ଭବନରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ସେଠାରେ ଆଦିକବି ସାରଳା ଦାସଙ୍କ ୬ଶହ ତମ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ପ୍ରାୟ ୧୮୦ ଜଣ ଛାତ୍ରୀଛାତ୍ରୀଙ୍କୁ ପିଏଚଡି ଏବଂ ଡିଏଲ୍ଇଟ୍ ପ୍ରଦାନ କରାଯିବ ।ସମସ୍ତ ବିଭାଗର ଟପ୍ପରଙ୍କୁ ଦୀକ୍ଷାନ୍ତ ଉତ୍ସବରେ ସ୍ୱର୍ଣ୍ଣ ପଦକ ଦିଆଯିବ ।

ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକ ଓ ଭୁବନେଶ୍ବରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ଏଥିପାଇଁ କମିଶନରେଟ୍ ପୋଲିସ୍‌ ପକ୍ଷରୁ ଏକ କାରକେଡ୍ ରିହର୍ସାଲ ଅନୁଷ୍ଠିତ ହୋଇଥିଲା । ବ୍ଲୁ ବୁକ୍ ଗାଇଡଲାଇନ୍ ଅନୁସାରେ, ଉପରାଷ୍ଟ୍ରପତି କିଭଳି ଗନ୍ତବ୍ୟସ୍ଥଳକୁ ଯିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।ଦ୍ବୈତ ନଗରୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏହାବ୍ୟତୀତ ୧୩୦ ଅଫିସରଙ୍କୁ ନିୟୋଜିତ କରାଯାଇଛି।

ସମାବର୍ତ୍ତନ ଉତ୍ସବରେ କିପରି କରୋନା କଟକଣା ପାଳନ କରାଯାଇପାରିବ ତାହାର ଯାଞ୍ଚ କରାଯାଇଛି । ଉତ୍ସବରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଏବଂ ସାନିଟାଇଜରକୁ ବାଧ୍ୟତାମୂଳକ କରିବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା ହୋଇଛି । ଯେଉଁମାନେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ସେମାନଙ୍କର କୋଭିଡ ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି ।ଏହା ସହ ଉପରାଷ୍ଟ୍ରପତିଙ୍କ ନିକଟତର ଯେଉଁମାନେ ହେବେ ସେମାନଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ୩ ତାରିଖ ସନ୍ଧ୍ୟା ୫ଟା ସମୟରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

Share

Leave a Reply

Your email address will not be published. Required fields are marked *

eleven − 7 =