ବନ୍ଦ ରହିବ ୟୁନିଟ-୧ ମାର୍କେଟ

ଭୁବନେଶ୍ୱର() ଆସନ୍ତା ରବିବାର ଦିନ ହେବାକୁ ଥିବା ନିଟ ପରୀକ୍ଷା ପାଇଁ ୟୁନିଟ-୧ ମାର୍କେଟକୁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଦିନ ୧୧ଟାର  ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମର୍କେଟ ବନ୍ଦ ରହିବ । ୟୁନିଟ-୧ ହାଟର ଉଭୟ ହୋଲସେଲ ଓ ରିଟେଲ ବିକ୍ରି ବନ୍ଦ ରହିବ ।  ଆସନ୍ତା ୧୩ରେ ମଦର୍ସ ପବ୍ଲିକ ସ୍କୁଲରେ ନିଟ ପରୀକ୍ଷା ଥିବାରୁ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହାଟରେ ଭିଡ଼ ଦୃଷ୍ଟିରୁ କରୋନା ସଂକ୍ରମଣ ଏଡ଼ାଇବା ନେଇ  ଏଭଳି ନିଷ୍ପତ୍ତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

3 × 1 =