ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ: ସଂସ୍କୃତି ମନ୍ତ୍ରୀ

ବିଜେଡି ଓ ବିଜେପି ଆଲୋଚନା ପରେ ପ୍ରତ୍ୟାହୃତ ହେଲା ବାଇ-ଲ | ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଦାବିପତ୍ର ଜଣାଇଥିଲେ |

ଏହାପରେ ବାଇ-ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ବିଜେପି ମଧ୍ୟ ବାଇ-ଲ ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲା | ତେବେ ଦ୍ୱି ପକ୍ଷଙ୍କ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି ବାଇ-ଲ ।କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି- ପୁରୀ ଶ୍ରୀମନ୍ଦିର ଲାଗି ସମସ୍ତ ନିଷ୍ପତ୍ତି ଓଡ଼ିଆ ଭାଷାରେ ନିଆଯିବ । ଏଥିସହ କୌଣସି ପଦକ୍ଷେପ ନେବା ପୂର୍ବରୁ ଆପୋସ ବୁଝାମଣା ହେବ ବୋଲି କେନ୍ଦ୍ରମନ୍ତ୍ର ପ୍ରହଲ୍ଲାଦ ସିଂହ ପଟେଲ ନିଶ୍ଚିତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − eleven =