ଏଣିକି ପୌର କର୍ମଚାରୀ ବି ପାଇବେ ସପ୍ତମ ବେତନ

ବ୍ରହ୍ମପୁର () ରାଜ୍ୟର ସମସ୍ତ ପୌର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିସନ୍‌ଙ୍କ ସୁପାରିଶ ଅନୁସାରେ ଦରମା ମିଳିବ । ଆଜି ଖଲ୍ଲିକୋଟ୍‌ ଷ୍ଟାଡିୟମ୍‌ ଠାରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା  ଘୋଷଣା କରିଛନ୍ତି। 2016 ଅପ୍ରେଲ 1 ତାରିଖରୁ ଏହା ଲାଗୁ ହେବ । ଏବାବଦରେ ଯେଉଁ ଅଧିକ ଆର୍ଥିକ ବୋଝ ସୃଷ୍ଟି ହେବ ତାହା ପୋୖରାଞ୍ଚଳଗୁଡିକ ନିଜସ୍ୱ ରାଜସ୍ୱ ସଂଗ୍ରହରୁ ଭରଣା କରିବେ ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଆଧାରରେ ଦରମା ଲାଗୁ ହୋଇଥିଲେ ବି ପୌର କର୍ମଚାରୀମାନେ ଏଥିରୁ ବଂଚିତ ହେଉଥିଲେ । ଏବେ ରାଜ୍ୟର ଲକ୍ଷାଧିକ ପୌର କର୍ମଚାରୀ ଉପକୃତ ହେବେ ।

Share

Leave a Reply

Your email address will not be published. Required fields are marked *

three × 2 =