କରୋନାକୁ ହରାଇଲେ ୯୫ ବର୍ଷ ବୟସ୍କ ବୃଦ୍ଧ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର() କରୋନାକୁ ହରାଇଲେ ୯୫ ବର୍ଷ ବୟସ୍କ ବୃଦ୍ଧ । କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ୯୫ ବର୍ଷ ବୟସ୍କ ବୃଦ୍ଧ ଉଦୟନାଥ ବିଶୋୟୀ । ବୃଦ୍ଧ ଜଣଙ୍କ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଚାକୁଣ୍ଡା ଗାଁର ବୃଦ୍ଧ ଉଦୟନାଥ ବିଶୋୟୀ । କରୋନା ଆକ୍ରାନ୍ତ ହେବା ପରେ ଉଦୟନାଥ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉଦୟନାଥ ଏବେ ହସ୍ପିଟାଲରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଉଦୟନାଥ ସୁସ୍ଥ ହେବା ପରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି ।

ସେ ସୁସ୍ଥ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣକୁ ଅନେକ ଅନେକ ଶୁଭେଚ୍ଛା । କାରଣ ତୁମେ କରୋନା ବିରୁଦ୍ଧରେ ଏକ ବଡ଼ ଯୁଦ୍ଧ ଜିତିଛ । ଆପଣ ଅନ୍ୟ କରୋନା ରୋଗୀ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ଆପଣଙ୍କୁ ଦେଖି ଅନ୍ୟ ରୋଗୀ ମାନଙ୍କ ମନରେ କରୋନା ସହ ଲଢ଼ିବା ପାଇଁ ମନରେ ଦୃଢ଼ ଶକ୍ତି ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 6 =