ଓୟୋ ରେଡ୍ ଘଟଣାରେ ୨ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର : ଓୟୋ ହୋଟେଲରେ ରେଡ୍ ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏଥିରେ ଜଣେ ହାବିଲଦାର ଓ କନଷ୍ଟେବଳ ଅଛନ୍ତି । ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । ଏହି ଘଟଣାରେ ଜଣେ ଜଣେ ପୋଲିସ ସବ୍ଇନସିପେକ୍ଟରଙ୍କର ସଂପୃକ୍ତି ଥିବା ସନେ୍ଦହ କରାଯାଉଛି । ଉକ୍ତ ଏସ୍ଆଇଙ୍କୁ ସ୍ପେଶାଲ୍ ସ୍କ୍ୱାଡରୁ ରିଜର୍ଭକୁ ପଠାଯାଇଛି । ଜଣେ ଅତିରିକ୍ତ ଡିସିପିଙ୍କୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ଏହି କନଷ୍ଟେବଳ ଓ ହାବିଲଦାର । ନଗଦ ୯୯ ଲକ୍ଷ ୫୦ ହଜାର ଟଙ୍କା । ଭୁବନେଶ୍ୱରର ଏକ ଓୟୋ ହୋଟେଲରେ ବେଟିଂ ଚାଲିଛି କହି ପୋଲିସ ରେଡ କରିବା ପରେ ଏହି ଟଙ୍କା ଜବତ କରିଥିଲା । ଠକାମୀର ଶିକାର ହୋଇଛନ୍ତି କରଞ୍ଜିଅ ।ର କମଳ ସାହା ନାମକ ବ୍ୟବସାୟୀ । କୋଟିଏ ଟଙ୍କାକୁ ଦେଢ କୋଟି ଟଙ୍କା କରିଦେବାର ଲୋଭ ଦେଖାଇ ତାଙ୍କୁ ଭୁବନେଶ୍ୱର ଡାକିଥିଲେ ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ପାଢୀ ଓ ରାଜ ରାଇ ବାହାଦୂର । ଲୋଭର ବଶବର୍ତୀ ହୋଇ କମଳ ୧ କୋଟି ଟଙ୍କା ନେଇ ଭୁବନେଶ୍ୱର ଅ ।ସିଥିଲେ । ୪୦ଟି ପ୍ୟାକେଟରେ କୋଟିଏ ଟଙ୍କା ଥିବା ବେଳେ ପ୍ରତି ପ୍ୟାକେଟରେ ରହିଥିଲା ଅଢେଇ ଲକ୍ଷ ଟଙ୍କା । ଓୟୋ ହୋଟେଲରେ କାରବାର ଚାଲିଥାନ୍ତା, ହେଲେ ଷଡଯନ୍ତ୍ରରେ ସାମିଲ ପୋଲିସ ଅଧିକାରୀ ସେଠାରେ ବେଟିଂ ଚାଲୁଥିବା କହି ରେଡ କରାଇଥିଲେ । ଉଦ୍ଦେଶ୍ୟ ଥିଲା ବ୍ୟବସାୟୀଙ୍କ ଟଙ୍କା ହଡପ କରିବା । ପୋଲିସ ୩୧ଟି ଟଙ୍କା ପ୍ୟାକେଟ ଜବତ କରିଥିବା ବେଳେ ୯ଟି ପ୍ୟାକେଟ୍ ନେଇ ଚମ୍ପଟ ମାରିଥିଲେ ଏହି ପୋଲିସ ବାବୁମାନେ ।

Share

Leave a Reply

Your email address will not be published. Required fields are marked *

1 × three =