ଅସାବଧାନତା କାରଣରୁ ଟ୍ରେନ ଦୁର୍ଘଟଣାରେ ଦୁଇ ମୃତ

ଝାରସୁଗୁଡ଼ା:  ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଷ୍ଟେସନ୍‌ ନିକଟସ୍ଥ ନୂଆପଡ଼ା ଠାରେ ରେଳ ଲାଇନ୍‌ରେ  ଆସୁଥିବା ହାୱଡ଼ା-ଅହମ୍ମଦାବାଦ ଏକ୍ସପ୍ରେସ୍‌ ଟ୍ରେନରେ କଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିଖିଲ (୫) ଓ ଦେବୀ ଗୁପ୍ତା(୪୫)।ସୂଚନା ଅନୁସାରେ, ନିଖିଲ ଅସାବଧାନତା ସହ ରେଳ ଧାରଣା ନିକଟକୁ ଚାଲିଯାଇଥିଲେ। ତାଙ୍କ ସଂପର୍କୀୟା ଦେବୀ ଗୁପ୍ତା ତାଙ୍କୁ ଆଣିବାକୁ ଯାଇଥିବା ବେଳେ ହଠାତ୍ ଟ୍ରେନ୍‌ ଆସିଯାଇଥିଲା ଓ ଉଭୟଙ୍କୁ ଧକ୍କା ଦେଇଥିଲା।ନିଖିଲ ତାଙ୍କ ପରିବାର ସହ ବ୍ରଜରାଜନଗରରେ ରହନ୍ତି। ସେ ଏକ ଏକୋଇଶା ଉତ୍ସବରେ ଯୋଗ ଦେବା ପାଇଁ ଦେବୀ ଗୁପ୍ତାଙ୍କ ଘରକୁ ତାଙ୍କ ବାପାମା’ଙ୍କ ସହିତ ନୂଆପଡ଼ାକୁ ଯାଇଥିଲେ।

Share

Leave a Reply

Your email address will not be published. Required fields are marked *

one × 3 =