ଅବକାରୀ ଗୁଇନ୍ଦା ବିଭାଗର ବଡ଼ ସଫଳତା

ଭଦ୍ରକ: ଅବକାରୀ ଗୁଇନ୍ଦା ବିଭାଗର ବଡ଼ ସଫଳତା । ୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୧୪ ପେଟି ଆସ୍କାଫଟି ଜବତ । ମଙ୍ଗଳବାର ନାଣଗଣେଷ ପଣ୍ଡା ନାମକ ଜଣେ ଯୁବକ ବ୍ରାଉନସୁଗାର ଧରି ଛିଡ଼ା ହୋଇଥିବା ବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରିଥିଲା । ସେପଟେ ଆଜି ମଧ୍ୟ ବନ୍ତଛକ ନିକଟରୁ ଅନ୍ୟ ଜଣେ ଯୁବକଠାରୁ ୧୪ ପେଟି ଆସ୍କାଫଟି ଜବତ କରିବା ତାକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ବାସୁଦେବପୁର ଅଞ୍ଚଳର ବୈକୁଣ୍ଠ ଦାଶ । ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତେବେ ଭଦ୍ରକ ଜିଲ୍ଲାରେ ନିଶା ବ୍ୟବସାୟୀଙ୍କ ସଂଖ୍ୟା ଦିନକୁ ବଢ଼ିବାରେ ଲାଗିଛି । ତେବେ କଳା ବ୍ୟବସାୟୀଙ୍କୁ ଗିରଫ କରିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

15 + 17 =