ଜାଣନ୍ତୁ ଦୈତନଗରୀରେ ୨୦୨୧ରେ ନିଶା କାରବାରକୁ ନେଇ କଣ କହୁଛନ୍ତି ସିପି

ଭୁବନେଶ୍ୱର: ଦୈତନଗରୀରେ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଧରା ହେଉଛନ୍ତି ବେପାରୀ । ଏହାରି ଭିତରେ ୨୦୨୧ରେ ଟୁଇନସିଟିରେ ନିଶା କାରବାରକୁ ନେଇ ବଡ଼ ଖୁଲାସା କରିଛନ୍ତି ସିପି । ୨୦୨୧ ବର୍ଷରେ ବର୍ତ୍ତମାନ ସୁଦ୍ଧା ଟ୍ଵିନସିଟିରେ ଜବତ ହେଲାଣି ୧୦କିଲୋ ବ୍ରାଉନ ସୁଗାର। ଗିରଫ ହେଲେଣି ୯୭ ଜଣ। ଏହା ଏକ ରେକର୍ଡ ବୋଲି କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଭୁବନେଶ୍ୱର କମିସନରେଟ ପୋଲିସ ୫କିଲୋ ୬୬୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ କଟକ ସହରାଞ୍ଚଳ ପୋଲିସ ୪କିଲୋ ୬୪୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏନେଇ ଭୁବନେଶ୍ୱରରେ ୩୩ଟି ମାମଲା ରୁଜୁ କରାଯାଇ ୬୭ଜଣଙ୍କୁ ଗିରଫ କରାଯାଇଛି। କଟକରେ ୧୧ଟି ମାମଲା ରୁଜୁ କରାଯାଇ ୩୦ଜଣଙ୍କୁ ଗିରଫ କରାଯାଇଛି। ୪୩ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଥିବା ପୋଲିସ ସିପି କହିଛନ୍ତି। କମିସନରେଟ ପୋଲିସର ଅପରେସନ ହ୍ଵାଇଟ ସ୍ପାଇଡର ବି ନିଶା କାରବାର ରୋକିବାରେ ସଫଳତା ହୋଇଛି।

ନିଶାମୁକ୍ତ ଅଭିଯାନରେ କେଶୁରା ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଖବର ପାଇ କ୍ୱ୍ୟୁଏଟି ଓ ବାଲିଅନ୍ତା ପୋଲିସ ଚଢଉ କରିଥିଲା। ମୃଣାଲ ସାମଲଙ୍କ ନିକଟରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରି ମାମଲା ରୁଜୁ କରିଛି। ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ କମିସନରେଟ ପୋଲିସର ଅପରେସନ ହ୍ଵାଇଟ ସ୍ପାଇଡର ଆରମ୍ଭ ହୋଇଥିଲା। ଅପରେସନ ହ୍ଵାଇଟ ସ୍ପାଇଡରରେ ଅଗଷ୍ଟ ମାସରୁ ଏପର୍ୟ୍ୟନ୍ତ ଏକକିଲୋ ୭୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ୩୭ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।

Share

Leave a Reply

Your email address will not be published. Required fields are marked *

four × 1 =