ଟିଭି ଦେଖିଲା ବେଳେ ବିସ୍ଫୋରଣ,ମହିଳା ମୃତ, ଦୁଇ ଗୁରୁତର

ସୁନ୍ଦରଗଡ଼ () ସୁନ୍ଦରଗଡରେ ଘଟିଛି ଏକ ଅଭାବନୀୟ ଘଟଣା । ସର୍ଟସର୍କିଟ୍ ହୋଇ ହଠାତ୍ ଟେଲିଭିଜନ୍ ଫାଟି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ଗାଁ ଲୋକେ ପୁରା ପରିବାରକୁ ଉଦ୍ଧାର କରି ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ ବାପା, ଝିଅଙ୍କୁ ରାଉରକେଲା ଆଇଜିଏଚ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ,ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ବବି ନାଏକ ଓ ତାଙ୍କ ସ୍ୱାମୀ ଡିଲେଶ୍ୱର ଛଅମାସର ଶିଶୁ କନ୍ୟାକୁ ଧରି ଟିଭି ଦେଖୁଥିଲେ। ଏହି ସମୟରେ ଟେଲିଭିଜନ୍ଟି ସର୍ଟସର୍କିଟ୍ ହୋଇ ଫାଟି ଯାଇଥିଲା। ଫଳରେ ବବି ଓ ତାଙ୍କ ସ୍ୱାମୀଙ୍କ ସହିତ ଛଅମାସର ଶିଶୁ ପୋଡ଼ି ହୋଇଥିଲେ। ଜୋରରେ ଶବ୍ଦ ହେବା ଶୁଣି ପାଖ ପଡ଼ୋଶୀ ତାଙ୍କ ଘରକୁ ଧାଇଁ ଆସିଥିଲେ। ସେମାନେ ଏହି ତିନି ଜଣଙ୍କୁ ଉଦ୍ଧାର କରିବା ସହ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

thirteen − 11 =