ଗୃହରେ ଉତ୍ତର ରଖିଲେ ଟୁକୁନି ସାହୁ, ଖୁବଶୀଘ୍ର ୫ ଜିଲ୍ଲାରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ

ଭୁବନେଶ୍ୱର: କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ, ଯାଜପୁର,ଖୋର୍ଦ୍ଧାରେ ୧୦୦ ସର୍ୟ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ସର୍ୟ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁଠାରେ ହଷ୍ଟେଲ ଆବଶ୍ୟକ ରହିଛି ସମସ୍ତ ଜିଲ୍ଲା ପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି।ଆବଶ୍ୟକ ସ୍ଥଳେ ହଷ୍ଟେଲ ନିର୍ମାଣ କରାଯିବ। ୧୧ ଟି ଶିଳ୍ପାଞ୍ଚଳରେ କେନ୍ଦ୍ରୀୟ ଯୋଜନାରେ ୩୦୦ ସର୍ୟ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି। କଟକରେ ବକ୍ସିବଜାର,ବଜ୍ରକବାଟି ରୋଡ଼ ସହ ୪ ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ହଷ୍ଟେଲ ନିର୍ମାଣ କରାଯିବ।
ବିଧାନସଭା ରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଉତ୍ତର
୪ ଟି ଜିଲ୍ଲାରେ ନୂଆ ପ୍ଲାନେଟୋରିଅମ କାର୍ୟ୍ୟ ଚାଲିଛି। ବାରିପଦା,କେଉଁଝର ,ରାୟଗଡା,ବଲାଙ୍ଗୀର ରେ ପ୍ଲାନେଟୋରିଅମ ନିର୍ମାଣ କାର୍ୟ୍ୟ ଚାଲିଛି। ବର୍ତ୍ତମାନ ଭୁବନେଶ୍ୱର ଓ ବୁର୍ଲା ରେ ପ୍ଲାନେଟୋରିଅମ ଅଛି। ଅନ୍ୟ ଜିଲ୍ଲାରେ ପ୍ଲାନେଟୋରିଅମ ଓ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ।
ବିଧାନସଭା ରେ ବିଜ୍ଞାନ ଓ କାରୀଗରୀ ମନ୍ତ୍ରୀଙ୍କ ଉତର
ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ଗଠନ ନେଇ ରିପୋର୍ଟ ମଗାଯାଇଛି । ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳ ମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନେବ । ୩୫ ହଜାର ତଳେ ଦରମା ପାଉଥିବା କର୍ମଜୀବୀ ମହିଳା ମାନେ ଏହି ହଷ୍ଟେଲରେ ରହିବେ । ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ । ଏହି କମିଟି ହଷ୍ଟେଲର ପରିଚାଳନା କରିବେ ।

Share

Leave a Reply

Your email address will not be published. Required fields are marked *

4 − three =