ବଡଦାଣ୍ଡରେ ଭକ୍ତଙ୍କ ପାଇଁ ବିଛାଗଲା ଗାଲିଚା

ପୁରୀ () ପୁରୀକୁ ଐତିହ୍ୟ ସହରରେ ରୂପାନ୍ତରିତ କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ଏବେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି । କେବଳ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବକୁ ଜବରଦଖଲମୁକ୍ତ କରାଯାଉନି, ଭକ୍ତ ଓ ପର୍ଯ୍ୟଟକଙ୍କୁ କାର୍ପେଟ ପକାଇ ସ୍ବାଗତ ମଧ୍ୟ କରାଯାଉଛି । ବଡଦଣ୍ଡାରେ ଯେଉଁଠାରୁ ପୋଲିସ ବ୍ୟାରିକେଡ ଆରମ୍ଭ କରିଛି ସେଠାରୁ ସିଂହଦ୍ବାର ପର୍ଯ୍ୟନ୍ତ କତାର ଗାଲିଚା ବିଛାଯାଇଛି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସେହି ଗାଲିଚା ଉପରେ ଚାଲିଚାଲି ଆସୁଛନ୍ତି । ଏହାଦ୍ବାରା ପ୍ରବଳ ଖରାରେ ସେମାନଙ୍କ ପାଦକୁ ଆଉ କଷ୍ଟ ହେଉନି ।

ଐତିହ୍ୟ ସହରରେ ରୂପାନ୍ତରଣ ପ୍ରକ୍ରିୟାରେ ପ୍ରତିଦିନ ନୂଆ ନୂଆ ଫର୍ଦ୍ଦ ଯୋଡି ହେଉଛି । ଏବେ ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ ଚାଲିଛି । ମେଘନାଦ ପ୍ରାଚୀର ପାଖରୁ ସବୁ ସରକାରୀ କାର୍ଯ୍ୟାଳୟ ଓ ନିର୍ମାଣକୁ ହଟେଇ ଦିଆଯାଇଥିବା ବେଳେ କିଛି ଘରୋଇ ନିର୍ମାଣକୁ ମଧ୍ୟ ହଟାଯିବ । ଚପର ଷ୍ଟାଣ୍ଡ, ସୂଚନା କେନ୍ଦ୍ର, ରାମଦୟା ପରିଷଦ ଘର, ପୋଲିସ ଆଉଟପୋଷ୍ଟ, ସେସୁ ଅଫିସ ଓ ଜନସ୍ବାସ୍ଥ୍ୟ ଅଫିସକୁ ଭଙ୍ଗାଯାଇଛି । ଏହିସବୁ କାର୍ଯ୍ୟ ସିଧାସଳଖ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ତତ୍ବାବଧାନରେ ଚାଲିଛି । ଉଚ୍ଛେଦ ପୂର୍ବରୁ ଯେଉଁଭଳି ଆଶଙ୍କା ପ୍ରକାଶ ପାଉଥିଲା ସେଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଚାଲିଛି । ପୂର୍ବରୁ ଥିବ ଶୌଚାଳୟକୁ ଭାଙ୍ଗିଦିଆଯାଇଥିବାରୁ ଜିଲ୍ଲା ପ୍ରଶାସନ ମୋବାଇଲ ଟଏଲଟର ବ୍ୟବସ୍ଥା କରିଛି ।

Share

Leave a Reply

Your email address will not be published. Required fields are marked *

4 + 18 =