କୋଭିଡ଼-୧୯ ମୁକାବିଲା ପାଇଁ ଟ୍ରେନିଂ ଓ ଦକ୍ଷତା ଉପରେ ଗୁରୁତ୍ୱ

ଭୁବନେଶ୍ୱର ()ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ ବୈଠକ ହୋଇଥିଲା । ବୈଠକ ଶେଷ ହେବା ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଟ୍ରେନିଂ ଓ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଉଛି । ବୈଠକରେ କୋଭିଡ଼-୧୯ ମୁକାବିଲାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହାସହ ଅଧିକ ମ୍ୟାନ ପାୱାର ଉପରେ ମଧ୍ୟ ଗୁରୁତ୍ୱ ରହିଛି । ଗୋଷ୍ଠୀ ସ୍ତରରେ ଅଧିକ ଲୋକଙ୍କୁ ନିୟୋଜିତ ନେଇ ସେହି ବୈଠକରେ ଆଲୋଚନା ହୋଇଛି । ଅଙ୍ଗନୱାଡ଼ି, ଆଶାକର୍ମୀ, ଡାକ୍ତର ଓ ଏଏନଏମଙ୍କ ତାଲିମ ଉପରେ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୩ହଜାର ଜଣଙ୍କୁ ତାଲିମ ଦିଆଯାଇଛି । ଅଧିକ ସଂଖ୍ୟାରେ ତାଲିମ ଦେବା ଉପରେ ଗୁରୁତ୍ୱ ରହିଛି । ସବୁ ହସ୍ପିଟାଲ, ମେଡ଼ିକାଲ କଲେଜରେ ଟେଷ୍ଟିଂ ଲାବ୍ରୋଟୋରି ପାଇଁ ସୁପାରିଶ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 × three =