ଦୃୁତଗତିରେ ଗାଡି ଚଳାଇବାରେ ରୋକ

ନିୟମ ଉଲ୍ଲଂଘନ କରି ଘରେ ପହଞ୍ଚିଲା ବେଳକୁ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏବଂ ମେଲ୍ରେ ଇ-ଚାଲାଣ ପହଞ୍ଚିବ । ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ରାଜଧାନୀର ପ୍ରମୁଖ ସ୍ଥାନରେ ଫିକ୍ସଡ କ୍ୟାମେରା, ପିଟିଜେଡ୍ କ୍ୟାମେରା (୩୬୦ଡିଗ୍ରି ବୁଲୁଥିବା), ଏଏନ୍ପିଆର୍ (ନମ୍ବର ପ୍ଲେଟ୍ ଉପରେ ନଜର ରଖିବା ପାଇଁ) କ୍ୟାମେରା ଖଞ୍ଜା ଯାଇଛି । ଏହି ତିନି ପ୍ରକାରର କ୍ୟାମେରାରେ ଗାଡ଼ି ଚାଳକଙ୍କ ଉପରେ ନଜର ରହିବ ।
ଏହି କ୍ୟାମେରା ନିୟମ ଉଲ୍ଲଂଘନକାରୀଙ୍କ ଗାଡ଼ିର ଭିଡ଼ିଓ ଉତ୍ତୋଳନ କରିବା ସହ ନମ୍ବର ପ୍ଲେଟ୍ରୁ ତଥ୍ୟ ସଂଗ୍ରହ କରି ଇ-ଚାଲାଣ ଜାରି କରିବ । ନିୟମ ଉଲ୍ଲଂଘନକାରୀଙ୍କୁ ମେସେଜ୍ ଓ ମେଲ୍ରେ ଦିଆଯାଇଥିବା ଠିକଣାରେ ଧାର୍ୟ୍ୟ ସମୟ ମଧ୍ୟରେ ଜରିମାନା ପୈଠ କରିବାକୁ ପଡ଼ିବ । ଯଦି ଜରିମାନା ପୈଠ ନକରନ୍ତି ତେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଯେଉଁମାନେ ଚାଲାଣ ଦେଇ ନଥିବେ ସେମାନେ ଗାଡ଼ିର ଫିଟନେସ୍ ଓ ଇନସ୍ୟୁରାନ୍ସ କରିପାରିବେନି । ଏଥିପାଇଁ ଏହି କ୍ୟାମେରାଗୁଡ଼ିକୁ ‘ବାହନ’ ଡାଟାବେସ୍ ସହ ସଂଯୋଗ କରାଯିବ । ଏହାକୁ ଭୁବନେଶ୍ବର ଅପରେସନ୍ ସେଣ୍ଟର୍ରୁ ପରିଚାଳନା କରାଯିବ ।
ବେ ରାଜଧାନୀରେ ରୁପାଲି ଛକ, କଳ୍ପନା ଛକ, ବିମାନବନ୍ଦର ଛକ, ନିକୋ ପାର୍କ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକରେ ରେଡ୍ ଲାଇଟ୍ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଲାଗିଛି । ଖୁବ୍ ଶୀଘ୍ର ଆଉ ୮ରୁ ୧୦ଟି ଛକରେ ଏହି ବ୍ୟବସ୍ଥା ଆରମ୍ଭ ହେବ । ଏଥିରେ ଟ୍ରାଫିକ୍ ଛକରେ ଥିବା ନାଲିବତି ସିଗନାଲ୍କୁ ଯଦି କେହି ମାନୁ ନଥିବେ ତେବେ ସେମାନଙ୍କ ଠାରୁ ଜରିମାନା ଆଦାୟ ହେବ । ଏହି ବ୍ୟବସ୍ଥାରେ ଉପରୋକ୍ତ ଛକ ଦେଇ ଯାଉଥିବା ପ୍ରତ୍ୟେକ ଗାଡ଼ି ଉପେର ନଜର ରହିବ ।

Share

Leave a Reply

Your email address will not be published. Required fields are marked *

4 × 5 =