ହେଲମେଟ୍ ପିନ୍ଧିଥିଲେ ବି ଦେବେ ଜରିମାନା

ଭୁବନେଶ୍ୱର() ଏଣିକି ହେଲମେଟ ପିନ୍ଧିଥିଲେ ବି ଗଣିବେ ଟଙ୍କା । ନିୟମ ଅନୁସାରେ ବାଇକ ଚଲାଉଥିବା ବେଳେ ଚାଳକ ହେଲମେଟ ପିନ୍ଧିବାକୁ ବାଧ୍ୟ । ନୂଆ ଆଇନ ଲାଗୁ ହେବା ପରେ ଲୋକେ ଏବେ ଟ୍ରାଫିକ୍ ନିୟମକୁ ଯଥାସମ୍ଭବ ପାଳନ କରୁଛନ୍ତି । କାହିଁକି କି ନା ପୂର୍ବରୁ ଯେଉଁଠି ନିୟମ ଭାଙ୍ଗିଲେ ୫ ଶହରୁ ହଜାରେ ଟଙ୍କା ଦେବାକୁ ପଡୁଥିଲା ସେଠି ବର୍ତ୍ତମାନ ୫ ହଜାରରୁ ୫୦ ହଜାର ତଣ୍ଡ ଗଣିବାକୁ ପଡୁଛି ।

କିନ୍ତୁ କିଛି ଲୋକେ ଜରିମାନା ଛାଟରୁ ବର୍ତ୍ତିବା ପାଇଁ ରାସ୍ତା କଡରେ ବିକ୍ରି ହେଉଥିବା ନିମ୍ନମାନର ତଥା ଶସ୍ତା ହେଲମେଟ କିଣି ପିନ୍ଧୁଛନ୍ତି । ଯାହାକି ସଂଶୋଧିତ ଟ୍ରାଫିକ୍ ନିୟମରେ ଏଭଳି ହେଲମେଟ ବ୍ୟବହାର ନକରିବାକୁ କୁହାଯାଇଛି । ତେବେ ଗାଡି ଚଲାଇବା ବେଳେ ଚାଳକ କୌଣସି ନିମ୍ନ ତଥା ଶସ୍ତା ହେଲମେଟ ନପିନ୍ଧି ବରଂ ମଜବୁତ ତଥା ଆଇଏସଆଇ ମାର୍କ ବିଶିଷ୍ଟ ହେଲମେଟ ପରିଧାନ କରିବାକୁ କୁହାଯାଇଛି ।

ନିୟମ କହୁଛି କି, ସାଧାରଣ ହେଲମେଟ ତଥା ନିମ୍ନମାନର ହେଲମେଟ ପିନ୍ଧୁଥିବା ବ୍ୟକ୍ତି ଉପରେ ବି ଜରିମାନା ଲାଗିବ ଏବଂ ପୁଣି କେବେ ଏଭଳି ଧରଣର ହେଲମେଟ ପିନ୍ଧି ଗାଡି ନକରିବାକୁ ମଧ୍ୟ ସଚେତନ କରାଯିବ ।

Share

Leave a Reply

Your email address will not be published. Required fields are marked *

fifteen − 6 =