ଚାଲାଣରେ ତ୍ରୁଟି ପରିଲକ୍ଷିତ ହେଲେ ଫେରସ୍ତ ମିଳିବ ଟଙ୍କା

ଭୁବନେଶ୍ୱର () ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ପରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେଲେ ଫେରସ୍ତ ମିଳିବ ଟଙ୍କା । ଏନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମନ୍ତ୍ରୀ କହିଛନ୍ତି, ଭୁଲ ଚାଲାଣ କଟାଯିବା କଥା ନୁହେଁ। ମାତ୍ର ଯଦି କଟିଥିବ, ଟଙ୍କା ଫେରସ୍ତ ମିଳିବ।

ସୂଚନା ଅନୁସାରେ, ଡିସେମ୍ବର ୧ରୁ ପୁନର୍ବାର ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇଥିବା ବେଳେ କଟକର ଜଣେ କାର ଚାଳକଙ୍କଠାରୁ ହେଲମେଟ ପିନ୍ଧି ନ ଥିବାରୁ ଚାଲାଣ କଟାଯାଇଥିବା ଅଭିଯୋଗ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

twenty − 11 =