ଧନଜୀବନ ଓ ସୁରକ୍ଷା ପାଇଁ ନିୟମ ହୋଇଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର() ଦୁଇ ଦୁଇ ଥର ତିନି ତିନି ମାସ ଟ୍ରାଫିକ୍ ନିମୟ କୋହଳ ପରେ ଆଉ କୋହଳ ହେବନାହିଁ ଟ୍ରାଫିକ୍ ନିୟମ । ଲୋକଙ୍କ ଧନଜୀବନ ଓ ସୁରକ୍ଷା ପାଇଁ ଏହି ନିୟମ ହୋଇଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତାସହ ମନ୍ତ୍ରୀ କାହିଁକି ଓ କ’ଣ ପାଇଁ ନିମୟ କୋହଳ କରାଯିବ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଅନ୍ୟ ରାଜ୍ୟ ଗୁଡ଼ିକରେ ନିମୟ କୋହଳ ହୋଇଥିଲେ ସୁଦ୍ଧା ଆଗକୁ ରାଜ୍ୟରେ ଆଉ ନିୟମ କୋହଳ ହେବନି । ନିୟମ ପାଇଁ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା କମିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ କମିନାହିଁ । ପ୍ରତିଦିନ କେହି ନା କେହି ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ବିନା କାରଣରେ ଜୀବନ ଯାଉଛି ।ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ ପାଇଁ ଟ୍ରାଫିକ୍ ନିୟମ ପୁଣି ଥରେ କୋହଳ କରାଯାଇଛି । ପୂର୍ବରୁ ତିନି ମାସ ଆଉ ଏବେ ପୁଣି ତିନି ମାସ କୋହଳ ହୋଇଛି । ହେଲେ ଆଗକୁ ନିୟମ କୋହଳ କରାଯିବନି ।

Share

Leave a Reply

Your email address will not be published. Required fields are marked *

4 × two =