ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ

ଭୁବନେଶ୍ୱର() ଟ୍ରାଫିକ ନିୟମ କଡାକଡି ପାଇଁ ରହିଥିବା ଡେଡଲାଇନ୍ ତନି ମାସ ବୃଦ୍ଧି ପାଇଛି । ବିଧାନ ସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ତେବେ ବାହାନ ଚାଳକମାନେ ପ୍ରସ୍ତୁତ ନଥିବାରୁ ନାନା ଅସୁବିଧା ସୃଷ୍ଟି ହୋଇଥିଲା ।

ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଲମ୍ବା ଲାଇନ ଓ ଲୋକଙ୍କ ସୁବିଧା ପାଇଁ ପୁଣି ସମୟ ଦେଇଛନ୍ତି ସରକାର । କିନ୍ତୁ ମଦ ପିଇ ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା , ଦ୍ରୁତ ଗତିରେ ଗାଡ଼ି ଚଳାଇବା ଓ ସିଟ ବେଲ୍ଟ ନ ପିନ୍ଧିବା ଉପରେ ଯାଞ୍ଚ ଜାରି ରହିବ ।

ରାଜ୍ୟ ସରକାର ଗାଡ଼ି କାଗଜପତ୍ର କରିବା ପାଇଁ ୩ମାସର ପୂର୍ବରୁ ସମୟ ଦେଇଥିଲେ ମଧ୍ୟ ବହୁ ଲୋକ ଏଯାଏଁ କାଗଜପତ୍ର କରିପାରି ନାହାଁନ୍ତି । ତେଣୁ ସଠିକ ଗାଡ଼ି କାଗଜପତ୍ର କରିବା ସହ ମୋଟା ଅଙ୍କର ଜରିମାନାରୁ ମୁକୁଳିବା ପାଇଁ ପୁଣି ଗାଡ଼ି ଚାଳକଙ୍କୁ ୩ମାସର ସମୟ ମିଳିଛି ।

Share

Leave a Reply

Your email address will not be published. Required fields are marked *

sixteen − 15 =