ରାସ୍ତା ଜାମ୍ ଯୋଗୁ ଆଖି ବୁଜିଲା ୫ ବର୍ଷର ଶିଶୁ

ଭୁବନେଶ୍ୱର( ) ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ପାଇଁ ଆଖି ବୁଜିଲା ୫ ବର୍ଷର ଶିଶୁ । ଜଣେ ପାଞ୍ଚ ବର୍ଷର ଶିଶୁର ପ୍ରବଳ ବାନ୍ତି ହେଉଥିବାରୁ ତାକୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ବିଗୁଡ଼ୁଥିବା ଦେଖି କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି ରେଫର କରିଥିଲେ ଡାକ୍ତର। ହେଲେ ପରିବାର ଲୋକେ ଶିଶୁଟିକୁ ଏସସିବି ନ ନେଇ ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସରେ ଆଣୁଥିଲେ। ତେବେ ରାସ୍ତା ଜାମ୍ ଯୋଗୁ ସହଜରେ ଆମ୍ବୁଲାନ୍ସ ଆସିପାରିନଥିଲା । ପ୍ରାୟ ଘଣ୍ଟାଏ ଧରି ଆମ୍ବୁଲାନ୍ସଟି ରାସ୍ତାରେ ଫସି ରହିବାରୁ ଠିକ୍ ସମୟରେ ଶିଶୁଟି ହସ୍ପିଟାଲ ପହଞ୍ଚିନପାରି ନଥିଲା । ହସ୍ପିଟାଲରେ ପହଞ୍ଚିଲା ବେଳକୁ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ।

Share

Leave a Reply

Your email address will not be published. Required fields are marked *

20 + 8 =