ଟୋକନ ବ୍ୟବସ୍ଥାରେ ତ୍ରୁଟି ଥିଲେ ଏହାର ସମାଧାନ ପାଇଁ ପରାମର୍ଶ ଦେଲେ ଗ୍ରହଣ କରାଯିବ:ମନ୍ତ୍ରୀ

ଭୁବନେଶ୍ୱର() ଟୋକନ ବ୍ୟବସ୍ଥା କୌଣସି ମତେ ପ୍ରତ୍ୟାହାର ହେବନି ବୋଲି ଆଜି ପୁଣି କହିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଏହି ବ୍ୟବସ୍ଥା ଦ୍ୱାରା ଚାଷୀମାନେ ସେମାନଙ୍କ ଉଚିତ ପ୍ରାପ୍ୟ ପାଇବେ ଓ ସ୍ୱଚ୍ଛତା ଆସିବ । ତେବେ ଯଦି ବ୍ୟବସ୍ଥାରେ କୌଣସି ତ୍ରୁଟି ଅଛି ଏହାର ସମାଧାନ ପାଇଁ କେହି ପରାମର୍ଶ ଦେଲେ ତାକୁ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ପଶ୍ଚିମ ଓଡିଶା ଚାଷୀଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ବରଗଡ ଜିଲ୍ଲାର ଅତାବିରାରେ ବନ୍ଦ୍ ଡାକରା ଦେଇଛନ୍ତି ଚାଷୀ । ଦୁଇ ଦିନ ସରକାରୀ କାର୍ୟ୍ୟାଳୟ ବନ୍ଦ୍ କରିବା ପରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ସରକାରୀ କାଯ୍ୟାର୍ଳୟ ଓ ଦୋକାନ, ବଜାର, ବନ୍ଦ୍ ରହିଛି । ଟୋକନ ଉଛେଦ ଦାବିରେ ଗତ ତିନ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଟୋକନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ଚାଷୀ ଉତେଜନାକୁ ପ୍ରଶମିତ କରିବା ପାଇଁ ଗତକାଲି ଚାଷୀ ପ୍ରତିନିଧିଙ୍କ ସହ ବୈଠକ କରିଥିଲା ବରଗଡ ଜିଲ୍ଲା ପ୍ରଶାସନ । ହେଲେ ଆଲୋଚନା ବିଫଳ ହୋଇଥିଲା । ଏବଂ ଟୋକନ ବ୍ୟବସ୍ଥା ଉଛେଦ ନହେଲେ ସରକାରଙ୍କୁ ଅସହଯୋଗ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଟୋକନ ବ୍ୟବସ୍ଥା ଉଛେଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବିଧାୟକମାନଙ୍କ ଘର ସମ୍ମୁଖରେ ଧାନ ରଖି ପ୍ରତିବାଦ କରିବା ପରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ସଜ ହେଉଛନ୍ତି ଚାଷୀ । ସରକାର ଯଦି ଟୋକନ ବ୍ୟବସ୍ଥାକୁ ଉଛେଦ ନକରନ୍ତି, ତେବେ ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 7 =