ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି

ପୁରୀ: ବାର ମାସରେ ତେର ପର୍ବ । ହେଲେ ଶ୍ରୀକ୍ଷେତ୍ରରେ ସବୁଦିନ ପର୍ବ ପାଳିତ ହୋଇଥାଏ । ମହାପ୍ରଭୁଙ୍କ ରହିଛି ଅନେକ ନୀତି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଇଥାଏ । ସେହିପରି ଆଜି ହେଉଛି ଋଷି ପଞ୍ଚମୀ । ସ୍ୱୟଂ ମା ଶ୍ରୀଦେବୀ ଏହି ବ୍ରତ ପାଳନ କରିଥାନ୍ତି ।

ସକାଳ ଧୂପ ବଢିବା ପରେ ପୂଜାପଣ୍ଡା ଆଜ୍ଞାମାଳ ଦେବାରେ ମହାଜ ସେବକ ଶ୍ରୀଦେବୀଙ୍କୁ ସିଂହାସନରୁ ବିଜେ କରାଇ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରିଥାନ୍ତି । ଏହାପରେ ମାର୍କେଣ୍ଡେୟ ମହାଦେବ ମନ୍ଦିରକୁ ବିଜେ କରନ୍ତି ଶ୍ରୀଦେବୀ । ସେଠାରେ ଶ୍ରୀଦେବୀଙ୍କ ମାଜଣା କରାଯାଏ ଏବଂ ପରେ ପୂଜାପଣ୍ଡା ବରୁଣ ପୂଜା ଆଦି କରି ସପ୍ତ ଋଷିଙ୍କୁ ନୈବେଦ୍ୟ ସମର୍ପଣ କରନ୍ତି । ସେଠାରେ ପୂଜା ପାଠ ସରିବା ପରେ ପୁଣି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି ଶ୍ରୀଦେବୀ ।

Share

Leave a Reply

Your email address will not be published. Required fields are marked *

1 × 2 =