ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ପବିତ୍ର ସୁନିଆ ଏବଂ ବିଶ୍ୱକର୍ମା ପୂଜା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ନୂତନ ଏସ୍ଓପି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ବାହାରୁ ପତିତପାବନଙ୍କୁ ଦର୍ଶନ କରିବେ। ତେବେ ନୂତନ ଏସ୍ଓପି ଅନୁଯାୟୀ ଶନିବାର ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସୂଚନାଯୋଗ୍ୟ, ସୁନିଆ ଅବସରରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ ପ୍ରଚଳନ ହେବ।

Share

Leave a Reply

Your email address will not be published. Required fields are marked *

two × four =