ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ

ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ମହାପ୍ରଭୁଙ୍କ ଅନେକ ନୀତି ପାଳିତ ହୋଇଥାଏ । ସେହିଅନୁଯାୟୀ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ଅସରରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଳମ୍ବାସୁର ବଧ ବେଶ । ମଧ୍ୟାହ୍ନ ଧୂପ ବଢିବା ପରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ ।

ଏହି ପ୍ରଳମ୍ବାସୁର ବଧ ବେଶରେ ବେତ, କାଷ୍ଠ, ଧଳାକନା, କଳାକନା ଏବଂ ନୀଳକନାରେ ୪ ଫୁଟର ଏକ କାଷ୍ଠ ନିର୍ମିତ ମୂର୍ତ୍ତିକୁ ରତ୍ନସିଂହାସନ ଉପରେ ବଡଠାକୁର ବଳଭଦ୍ରଙ୍କ ନିମ୍ନ ଭାଗରେ ରଖାଯାଇଥାଏ । ଯେଉଁଥିରେ ପ୍ରଭୁ ଶ୍ରୀ ବଳଭଦ୍ର ଅସୁରର ଦୁଇଭୁଜରେ ବସିଥିବା ଭଳି ଦୃଶ୍ୟମାନ ହୋଇଥାନ୍ତି । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ ହୋଇଥାନ୍ତି ।

Share

Leave a Reply

Your email address will not be published. Required fields are marked *

5 × 3 =