ଆଜି ଶ୍ରୀଜିୟଙ୍କ ନବଯୌବନ

ପୁରୀ: ଆଜି ମହାପ୍ରଭୁ ନବଯୌବନ ଲାଭ କରିବେ । ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ମନା ଥିବାରୁ ଏହି ନବଯୌବନ ଦର୍ଶନ କେବଳ ସେବକ କୂଳରେ ସୀମିତ ରହିବ । ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ସୁସ୍ଥ ହୋଇଛନ୍ତି । ତେବେ ଜ୍ୱର ଜନିତ ଅରୁଚି ମହାପ୍ରଭୁଙ୍କ ରହିଛି । ଶୁକ୍ରବାର ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ ଦହି ପଖାଳ ଭୋଗ ଲାଗି ହେବ । ଦହି ସହ ଅନ୍ନ, ଅଦା, ଲୁଣ ଦେଇ ପ୍ରସ୍ତୁତ ଏହି ହଦି ପଖାଳକୁ ଅଣସର ବାସ ପରେ ପ୍ରଥମ କରି ମହାପ୍ରଭୁଙ୍କୁ ଲାଗି ହେବ ବୋଲି ସୁପକାର ସେବକ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − thirteen =