ଆଜି ଗାନ୍ଧୀ ଜୟନ୍ତୀ

ଭୁବନେଶ୍ୱର: ସେ ହେଉଛନ୍ତି ଜାତିର ପିତା । ତାଙ୍କର ନୀତି ଆଦର୍ଶରେ ସଭିଏଁ ଅନୁପ୍ରାଣିତ । ସେ ଥିଲେ ହିଂସାଠାରୁ ବହୁ ଦୂରରେ ଆଉ ଅନ୍ୟକୁ ଆଦରିବାର ତରିକା ଶିଖୁଥିଲେ ତାଙ୍କଠାରୁ ସଭିଏଁ । ତେବେ ସମସ୍ତଙ୍କ ପ୍ରିୟ ବାପୁବା ଭାରତ ସ୍ୱାଧିନ ହେବାର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କଆଜି ହେଉଛିୁ ୧୫୨ତମ ଜୟନ୍ତୀ । ଅକ୍ଟୋବର ୨ ସବୁ ଭାରତୀୟଙ୍କ ଲାଗି ଚିରସ୍ମରଣୀୟ ହୋଇ ରହିବ । କାହିଁକି ନାଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ହେଉଛି ଜୟନ୍ତୀ । ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରେ ତାଙ୍କ ଆଦର୍ଶକୁ ମନେ ପକାନ୍ତୁ ଦେଶବାସୀ । ବିଦେଶ ତିଆରି ଜିନିଷ ବ୍ୟବହାର ଛାଡ଼ନ୍ତୁ । ବିଦେଶୀ ଚଳଣୀ ଦ୍ୱାରା ଅନୁପ୍ରାଣିତ ହୁଅନ୍ତୁ ନାହିଁ । ସ୍ୱଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ଦେଖାନ୍ତୁ । ନିଜ ଦେଶର ପରମ୍ପରାକୁ ଆପଣାନ୍ତୁ ।

ଆଜି ଗାନ୍ଧି ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତିଆରି ଦେଶବାସୀଙ୍କୁ ସ୍ୱଦେଶୀ ବାର୍ତ୍ତା ଦେଇଛନ୍ତି ଦତ୍ତତୋଟାର କଳାକାର ସୂର୍ୟ୍ୟକାନ୍ତ ଦାସ । ସେ ଅଦରକାରୀ ବସ୍ତୁରେ ତିଆରିଛନ୍ତି ମହାତ୍ମାଙ୍କ ପ୍ରତିମୂର୍ତ୍ତି । ୨୭ ଇଞ୍ଚ ଉଚ୍ଚତା ଓ ୧୭ ଇଞ୍ଚ ଓସାର ମୂର୍ତ୍ତି । ୨ ଦିସ୍ତା ଖବରକାଗଜ, ମଇଦା ଅଠା, ଜରି ଓ ରଙ୍ଗ ଆଦି ବ୍ୟବହାର ହୋଇଛି । ଏହି କାଳାକୃତି ନିର୍ମାଣ ପାଇଁ ୭ ଘଣ୍ଟା ସମୟ ଲାଗିଥିବା ସୂର୍ୟ୍ୟକାନ୍ତ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × one =