ରବି ଋଣର ସମୟ ସୀମା ବଢିଲା, ଖଜଣା ଛାଡ

ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ଫି ଓ ପରୀକ୍ଷା ଫି ଛାଡ

ଛାତ୍ରଛାତ୍ରୀଙ୍କୁ ମିଳିବ ଦୁଇ ହଳ ୟୁନିଫର୍ମ

ଭୁବନେଶ୍ୱର () ଚାଷୀଙ୍କ ପାଇଁ ଘୋଷଣା ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜରେ ଋଣ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ରବି ଚାଷ ପାଇଁ ଅଗ୍ରୀମ ସ୍ୱଳ୍ପ କାଳୀନ ଋଣକୁ ମଧ୍ୟମ କାଳୀନ ଋଣରେ ପରିବର୍ତ୍ତନ କରାଯିବ । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀ ଏହି ସୁବିଧା ପାଇବେ । ସେହିଭଳି ଋଣର କିସନ ପରିବର୍ତ୍ତନକୁ ସହଜ କରିବାକୁ ଅଗ୍ରୀମ ଋଣ ଗ୍ରହଣର ସମୟ ସୀମା ୨୦୨୦ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି । ଉଭୟ ଭାଗ ଚାଷୀ ଓ ମୁହେଁ ମୁହେଁ ଘୋଷିତ ଭାଗ ଚାଷୀଙ୍କୁ ନେଇ ଯୁଗ୍ମ ଲାଏବିଲିଟି ଗ୍ରୁପ ଗଠନର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରାଯିବ ।

ସେହିଭଳି ଫସଲ ବିମା କରିଥିବା ଚାଷୀଙ୍କ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କାରଯିବ । ଏକ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରିବାକୁ ଅନୁରୋଧ କରାଯିବ । ଫନିରେ ପ୍ରଭାବିତ ଚାଷୀଙ୍କୁ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଖରିଫ ଋତୁ ପାଇଁ ନୂଆ କରି ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ପଶୁ ସମ୍ପଦ କ୍ଷେତ୍ରରେ ଗୃହପାଳି ପଶୁଙ୍କ ମୃତ୍ୟୁ ହୋଇଥିଲେ ଦୁଧିଆଳି ଗାଇ ଓ ମଇଁଷିଙ୍କ ପାଇଁ ୩୦ ହଜାର ଟଙ୍କା, ବାଛୁରୀଙ୍କ ପାଇଁ ୧୬ ହଜାର ଟଙ୍କା ଛେଳି ପାଇଁ ୩ହଜାର ଓ ଚଢେଇଙ୍କ ପାଇଁ ୫୦ ଟଙ୍କା ହିସାବରେ କ୍ଷତିପୁରଣ ପ୍ରଦାନ କରାଯିବ । ସର୍ବଧିକ ୬ଟି ବାଛୁରୀ, ୩୦ଟି ଛେଳି ଓ ୫ହଜାର ଚଢେଇଙ୍କ ପାଇଁ ଏହି କ୍ଷତିପୁରଣ ମିଳିବ । ୫୦ହଜାର ଚାଷୀ କିମ୍ବା ମହିଳା ସ୍ୱୟଂ ସହାୟିକ ଗୋଷ୍ଠିକୁ ଗୁହାଳ ଘର ନିର୍ମାଣ ପାଇଁ ୫୦ ହଜାର ଟଙ୍କା ସହାୟତା ମିଳିବ । ୨୦ହଜାର ଚାଷୀ କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ୩୦ ହଜାର ଟଙ୍କା ଛେଳିଙ୍କ ପାଇଁ ଘର ନିର୍ମାଣ ପାଇଁ ସହାୟତା ଦିଆଯିବ । ୫୦ ହଜାର ଦୁଧିଆଳି ଗାଇଙ୍କ ପାଇଁ ୪୦ କେଜି ଗୋଖାଦ୍ୟ ପାଇଁ କେଜି ୩୨ ଟଙ୍କା ହିସାବରେ ୧୦ ଦିନ ପାଇଁ ସହାୟତା ମିଳିବ ।

ଚିଲିକାର ମତ୍ସ୍ୟଜୀବୀଙ୍କୁ ସେହିଭଳି ନୂଆ ଡଙ୍ଗା ଓ ଜାଲ ପାଇଁ ଆର୍ଥିକ ସହାୟତା ଦିଆଯିବ । ହସ୍ତଶିଳ୍ପରେ ୭୦ ହଜାର କାରିଗରଙ୍କୁ ମୁଣ୍ଡପିଛା ୪୧୦୦ ଟଙ୍କା ପ୍ରଦାନ କରାଯିବ । ହସ୍ତତନ୍ତରେ ସେହିଭଳି ୬୦ହଜାର ବୁଣାକାରଙ୍କୁ ୪୧୦୦ ଟଙ୍କା ଲେଖାଏଁ ସହାୟତା ମିଳିବ ।

ବତ୍ୟା ପ୍ରଭାବିତ ଅଂଚଳରେ ୨୦୧୯-୨୦ ଆର୍ଥକ ବର୍ଷ ପାଇଁ ଚାଷ ଜମି ଉପରୁ ଶତ ପ୍ରତିଶତ ଖଜଣା ଛାଡ କର‌୍ୟାାଇଛି । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଶତ ପ୍ରତିଶତ ଜଳକର ଛାଡ କରାଯାଇଛି । ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ସବୁ ସରକାରୀ ସ୍କୁଲରେ ସ୍କୁଲ ଫି ଓ ପରୀକ୍ଷା ଫି ସମ୍ପୁର୍ଣ୍ଣ କରାଯାଇଛି । ଅତିକ୍ଷତିଗ୍ରସ୍ତ ଅଂଚଳରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଅଧିକ ୟୁନିଫର୍ମ ଯୋଗାଇଦିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ମାଧ୍ୟମିକ ସ୍ତର ପର୍ଯନ୍ତ ଗୋଟିଏ ହଳ ୟୁନିଫର୍ମ ଅଧିକ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

two × four =