Monday, November 10, 2025
Latestରାଜ୍ୟ

ଏନ୍‌କ୍ଲୋଜରରୁ ମୁକ୍ତ ହେବ ‘ସୁନ୍ଦରୀ’

ଏନକ୍ଲୋଜରରୁ ମୁକ୍ତ ହେବ ସୁନ୍ଦରୀ। ଜଙ୍ଗଲରେ ଜଗିବେ ୨ ହାତୀ। ଶିମିଳିପାଳ ଅଭୟାରଣ୍ୟରୁ ସାତକୋଶିଆକୁ ଅଣାଯାଇଛି ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାର। ଆଜି ଭୋରରୁ ବନବିଭାଗ ହାତୀ ଦୁଇଟିକୁ ଆଣିଛନ୍ତି। ସୁନ୍ଦରୀ ମଣିଷ ଶୀକାର କରିବା ଅଭିଯୋଗ ହେବା ପରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ହାତୀଙ୍କୁ ଅଣାଯିବା ନେଇ ବିବାଦ ଲାଗି ରହିଥିଲା। ତେବେ ଗାଁ ଲୋକଙ୍କୁ ବୁଝାସୁଝା କରି ହାତୀଙ୍କୁ ଅଣାଯାଉଛି। ମଣିଷ ଶୀକାର ଅଭିଯୋଗ ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ନଭେମ୍ବର ୬ତାରିଖରୁ ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ାରେ ସ୍ୱତନ୍ତ୍ର ଏନକ୍ଲଜୋରରେ ରଖାଯାଇଛି।

Share

Leave a Reply

Your email address will not be published. Required fields are marked *

20 − 7 =