ଏଣିକି ଟିକେଟ କରି ଜଗା ଦର୍ଶନ

ଏଣିକି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତି ନେଇଛି । ଭିତରକାଠ ନିକଟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ଏହି ଟିକେଟ ବ୍ୟବସ୍ଥା କରାଯିବ । ଟିକେଟର ୬୦ଭାଗ ଅନଲାଇନରେ ୩୫ଭାଗ କାଉଂଟରରେ ମିଳିବ । ଅବଶିଷ୍ଟ ୫ଭାଗ ଟିକେଟ ଦର୍ଶନୀ ଟିକେଟ ଭାବେ ପ୍ରଶାସକଙ୍କ ହାତରେ ରହିବ । ଅବକାଶ, ବଲ୍ଲଭ, ମଧ୍ୟାନ୍ନ, ଧୂପ ପରେ ଟିକେଟ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦିପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମହାପ୍ରଭୁଙ୍କୁ ମିଳୁଥିବା ଦାନସୁନା ବ୍ୟାଙ୍କର ଗୋଲ୍ଡ ସ୍କିମରେ ଏଣିକି ରଖାଯିବ । ଏହା ପୂର୍ବରୁ ସୁନା ଲକରରେ ରହୁଥିଲା ଯେଉଁଥିରୁକି କୌଣସି ସୁଧ ମିଳୁନଥିଲା । ଗୋଲ୍ଡ ସ୍କିମରେ ସୁନା ରହିଲେ ସେଥିରୁ ସୁଧ ମିଳିବ ।

Share

Leave a Reply

Your email address will not be published. Required fields are marked *

7 + fifteen =