ଓଡ଼ିଶାର ଲୋକଙ୍କ ପାଇଁ ‘ଦି ରଥ’ ଉତ୍ସର୍ଗ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ଇସ୍ପାତର ସ୍ଥାପତ୍ୟକଳା ‘ଦି ରଥ’କୁ ଓଡ଼ିଶାର ଲୋକଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ପାର୍କରେ ସ୍ଥାପନ କରାଯାଇଥିବା ଏହି ଇସ୍ପାତ ସ୍ଥାପତ୍ୟକୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ସହ ମିଶି ଟାଟା ଷ୍ଟିଲ ପକ୍ଷରୁ ଉପସ୍ଥାପନ କରାଯାଇଛି ।

‘ଦି ରଥ’ ଜୀବନର ବିଚାର, ଗତି ଓ ଶକ୍ତିର ଅନୁସନ୍ଧାନ କରିବ ଏବଂ ଏହାକୁ ୧୩.୫ ଟନ ଟାଟା ଷ୍ଟ୍ରକଚରା ଷ୍ଟିଲ ହଲୋ ସେକ୍ସନକୁ ବ୍ୟବହାର କରି ର୍ନିମାଣ କରାଯାଇଛି । ସୂର୍ଯ୍ୟ ମନ୍ଦିର ଓ ରଥ ଯାତ୍ରାରୁ ଦ୍ୱେତ ଭାବେ ଅନୁପ୍ରାଣିତ ହୋଇ ଏହି ସ୍ଥାପତ୍ୟ କଳାକୁ ତିଆରି କରାଯାଇଛି ଏବଂ ଏଥିରେ ଓଡ଼ିଶାର ଆତ୍ମା ସୃଷ୍ଟି ହୋଇଥିବା ବିବିଧ ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ଭର୍ତି କରିବାର ଉଦ୍ୟମ କରାଯାଇଛି ।

ଭବିଷ୍ୟତର ଧାତୁ-ଇସ୍ପାତକୁ ନେଇ ଗଠନ ଏବଂ ଅତ୍ୟାଧୁନିକ ଉପକରଣରେ ପ୍ରସ୍ତୁତ “ଦି ରଥ’ ତିନିଟି ବିନ୍ଦୁ ଉପରେ ଭୂପୃଷ୍ଠରେ ସର୍ବନିମ୍ନ ପାଦ ରଖି ଠିଆ ହୋଇଛି । ଘୂର୍ଣ୍ଣାୟମାନ ପଲିଗୋନାଲ ଫ୍ରେମକୁ ଏକ ୧୨୦ ଡିଗ୍ରି ଟ୍ରାଇ-ଆକ୍ସିସ ଉପରେ ରଖାଯାଇଛି ଯାହା ୮ ଘଂଟା ସବ୍-ଡିଭିଜନ, ୨୪ ଘଂଟିଆ ଚକ୍ର ଏବଂ ସମୟର ପରିକଳ୍ପନାକୁ ଉପସ୍ଥାପିତ କରୁଛି । ଏହି ଢ଼ାଂଚା ଗୋଷ୍ଠୀ ଏତିହ୍ୟକୁ ସ୍ପ୍ରିଙ୍ଗବୋର୍ଡ ଭାବେ ଗ୍ରହଣ କରି ଭବିଷ୍ୟତର ବାର୍ତା ବାଂଟୁଛି । ଷ୍ଟ୍ରକଚରାଲ ଷ୍ଟିଲର ଜାଲକୁ ନେଇ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି ଯାହା ବ୍ୟବହାରକାରୀଙ୍କୁ ଅଣ-ପାରମ୍ପରିକ ଉପାୟରେ ଭାବ ବିନିମୟ କରିବାକୁ ଉତ୍ସାହିତ କରୁଛି ।

“ଦି ରଥ‘ର ପାଭିଲିଅନ ଡିଜାଇନକୁ ତିନିଟି ସ୍ତରରେ ଅନୁଭବ କରାଯାଇପାରିବ । ମହାକାଶ-ସମୟର ଅବାଧ କ୍ରିୟାରେ ଘେରି ହୋଇଥିବା ଇସ୍ପାତ ଜାଲର ପ୍ରତ୍ୟକ୍ଷ ଓ ମାନସିକ ଅନୁଭୂତି ନେଇହେବ । ପାଭିଲିଅନର ତଳ ପାଖରେ ରହିଛି ଏକ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରଦର୍ଶନ ଆୟୋଜନ କରିବା ଲାଗି ଆମ୍ପିଥିଏଟର ଯାହାକୁ ସମାଜର ସବୁ ବର୍ଗର ଲୋକମାନେ ହାସଲ କରିପାରିବେ । ଦି ରଥକୁ ପାର୍କରେ ଏକ ସ୍ଥାପତ୍ୟ କଳା ଭାବେ ଅନୁଭବ କରିହେବ, ଏହା ଏକ ବତି ଯାହା ଜଡ଼ିତ, ଅନୁସନ୍ଧାନ ଏବଂ ତଦନ୍ତକୁ ଆକର୍ଷିତ କରିବ ।

ଆଜିର ଭାରତ ପାଇଁ ଟାଟା ଷ୍ଟିଲ ପ୍ରସ୍ତୁତ କରିଥିବା କେତେକ ସମସାମୟିକ କଳାତ୍ମକ ସୃଷ୍ଟିରେ ନୂତନ ଭାବେ ଯୋଡ଼ି ହୋଇଛି ଦି ରଥ । ବିଗତ ୧୦୦ ବର୍ଷରୁ ଅଧିକ ସମୟ ଧରି ଭାରତର କେତେକ ପ୍ରମୁଖ ଢ଼ାଂଚ ଯଥା କୋଲକାତାର ହାଓଡ଼ା ପୋଲ, ବେଙ୍ଗାଲୁରୁର ଦି ବଟର ଫ୍ଲାଏ ପାର୍କ, ବାନ୍ଦ୍ରା-ୱର୍ଲି ସି ଲିଙ୍କ ଏବଂ ମୁମ୍ବାଇର ଓଭାଲ ମେଦାନରେ ଏକ ପୁରସ୍କାର ହାସଲ କରିଥିବା ସ୍ଥାପତ୍ୟ କଳା “ଗାନ୍ଧିଆନ ଚରଖା’ ଭଳି ସ୍ଥାପତ୍ୟ କଳା ସହ ଟାଟା ଷ୍ଟିଲ ଜଡ଼ିତ ରହିଛି ।

Share

Leave a Reply

Your email address will not be published. Required fields are marked *

eighteen − ten =