ପୋଲିସର ଅନ୍ୟ ନାମ ସେବା …

ଭୁବନେଶ୍ବର () ପୋଲିସ ବାଲାଙ୍କ ନାଁ ଶୁଣିଲେ, ଖଣ୍ଡେ ଦୂରରୁ ସମସ୍ତେ ଡିଆଁ ମାରନ୍ତି । ପୋଲିସ ବାଲା କାହାର ନୁହଁନ୍ତି । ଏମିତି ଏକ ଧାରଣ ସମସ୍ତଙ୍କ ମନରେ ରହିଛି । ହେଲେ ବିପର୍ଯ୍ୟୟ ସମୟରେ ସେଇ ପୋଲିସ ବାଲା ହିଁ ଦେବଦୂତ ଭଳି ନିଜ ଘର ପରିବାର ଛାଡି ଅନ୍ୟର ଘର ପରିବାରକୁ ବଞ୍ଚାଇବାକୁ ଚେଷ୍ଟା କରିଥାଏ । ଆଉ ତାର ଉଦାହାରଣ ହେଉଛି ଏହି ଦୁଇଟି ଫଟୋ । ଏହି ଫଟୋ ଦୁଇଟି କେଉଁ ଅଞ୍ଚଳର, ଏହି ଦୁଇ ପୋଲିସ ଅଧିକାରୀଙ୍କ ନାଁ କଣ, ସେମାନଙ୍କ ଡ୍ୟୁଟି କେଉଁଠି ପଡିଛି, ଏହା ଆମକୁ ଜଣାନାହିଁ । କେବଳ ସୋସିଆଲ ମଡିଆରେ ଏହି ଫଟୋ ଦୁଇଟିକୁ ଦେଖିଲୁ । ଫଟୋ ଦୁଇଟି ଦେଖିବା ପରେ ଆପେ ଆପେ ଏହି ଦୁଇ ଅଧିକାରୀଙ୍କ ପ୍ରତି ସମ୍ମାନ ଜାତ ହେବ । ମୁଖ୍ୟମନ୍ତ୍ରୀ ଦେଇଥିବା ଜିରୋ କାଜୁଆଲିଟି ଅପିଲକୁ ଏହି ଅଧିକାରୀମାନେ ବେଶ ଆନ୍ତରିକତାର ସହ ପାଳନ କରୁଛନ୍ତି ।

ଆମ ସମାଜରେ ମହିଳାଙ୍କୁ ଅବଳା, ଦୁର୍ବଳା ବୋଲି ଭାବି ସେମାନଙ୍କୁ ହେୟଜ୍ଞାନ କରାଯାଉଛି । କିନ୍ତୁ ସେହି ମହିଳାଙ୍କ ମଧ୍ୟରୁ ଇଏ ବି ଜଣେ ମହିଳା । ସମ୍ଭାବ୍ୟ ବାତ୍ୟାରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ତାହା ପୁଣି ମୋଟର ସାଇକେଲରେ । ଫଟୋଟିକୁ ଦେଖିଲେ ଲାଗୁଛି କୌଣସି ଏକ ବସ୍ତି କିମ୍ବା ଗାଁରୁ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛନ୍ତି । ଏଥିପାଇଁ ସେ କୌଣସି ସରକାରୀ ଗାଡିକୁ ଅପେକ୍ଷା କରିନାହାଁନ୍ତି । ସ୍ଥିତିର ଗାମ୍ଭିର୍ଯ୍ୟକୁ ଉପଲବ୍ଧୀ କରି ନିଜ ମୋଟର ସାଇକେଲରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ବୋହି ନେଉଛନ୍ତି ।

ସେହିଭଳି ଇଏ ଆଉ ଜଣେ ପୋଲିସ ଅଧିକାରୀ । ତାଙ୍କ ଫଟୋକୁ ଦେଖିଲେ ଲାଗୁଛି ସେ ମଧ୍ୟ କୌଣସି ଏକ ଗାଁରେ ଅଛନ୍ତି ଆଉ କିଛି ନାବାଳକଙ୍କୁ ନିଜ ମୋଟର ସାଇକେଲ ପଛରେ ବସାଇ ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି । ନିଜ ଘର ପରିବାର କେମିତି ଅଛନ୍ତି, ତାଙ୍କ ପାଖରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଖାଦ୍ୟ ପଦାର୍ଥ ଅଛି ନାହିଁ, ସେ ଚିନ୍ତା ନାହିଁ । କିନ୍ତୁ ସରକାର ସବୁ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରିଦେଇଥିବାରୁ ସେ ନିଜକୁ ଅସାହାୟ ଲୋକଙ୍କ ସେବାରେ ଲଗାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 3 =