ପିପିଲି ଆକ୍ରମଣ ଘଟଣାରେ ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ପିପିଲି ହିଂସା ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜୁ ଜନତା ଦଳ । ପିପିଲି ହିଂସା ଘଟଣାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଦଳର ପ୍ରତିନିଧି । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି(ବିଜେପି )ର କର୍ମୀମାନେ ଆମ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆମର ଦୁଇ ଜଣ କର୍ମୀ ଗୁରୁତର ଅବସ୍ଥାରେ ଡେଲାଙ୍ଗ ଏବଂ ଆନ୍ୟ କର୍ମୀ ଅତି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଜେପି କର୍ମୀ ଯେଉଁ ହିଂସା ଭିଆଇଛନ୍ତି ତାହାର ପ୍ରମାଣ ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ ବୋଲି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି।

ଏଥିସହିତ ମେଡିକାଲକୁ ଭେଟିବାକୁ ଯାଇଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବିଜେପି କର୍ମୀ ଏବଂ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ଭାରତୀୟ ଜନତା ପାର୍ଟି ନିର୍ବାଚନ ହାରିବାକୁ ଯାଉଛି । ଏହା ସେମାନେ ସ୍ପଷ୍ଟ ଭାବେ ଜାଣିସାରିଛନ୍ତି । ଏଣୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଭାରତୀୟ ଜନତା ପାର୍ଟି ହିଂସାର ରାସ୍ତା ଛାଡ଼ନ୍ତୁ, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଶାନ୍ତିର ସହ ନିର୍ବାଚନ ଲଢ଼ନ୍ତୁ ବୋଲି କହିଛନ୍ତି ଡ. ସସ୍ମିତ ପାତ୍ର । ସୂଚନା ଅନୁଯାୟୀ, ଗତକାଲି ଡେଲାଙ୍ଗରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ପ୍ରଚାର ବେଳେ ଦୁଇ ଗୋଷ୍ଠୀର କିଛି ଲୋକ ମୁହାଁମୁହିଁ ହୋଇଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ଜେନାପୁର ବ୍ରାହ୍ମଣବାଡ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ଭିତରେ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ୩ ଜଣ ଆହତ ହୋଇଥିଲେ । ସେମାନଙ୍କୁ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯିବା ସହିତ ଚିକିତ୍ସା ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

one × one =