ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ

ଭୁବନେଶ୍ୱର() ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ । ଆସନ୍ତା ସପ୍ତାହରେ ରାଜ୍ୟରେ ପହଞ୍ଚିବ ଆଇସିଏମଆର ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ । ଘରକୁ ଘର ହେଉଥିବା ସର୍ଭେରେ ଏହି କିଟକୁ ବ୍ୟବହାର କରାଯିବ । ରାଜ୍ୟରେ ପରୀକ୍ଷାର ପଦ୍ଧତି ଓ ପ୍ରକ୍ରିୟା ନେଇ ଆସନ୍ତାକାଲି ଯୋଜନା ହେବ । ରାଜ୍ୟରେ ଗୋଷ୍ଠୀ ସକ୍ରମଣ ହୋଇନାହିଁ କି କୌଣସି ପ୍ରକାର ବିପଜ୍ଜନକ ସ୍ଥିତି ନାହିଁ । କିନ୍ତୁ ସଚେତନ ରହିବାକୁ ପଡ଼ିବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 + nine =