ଦିନକରେ ୫୨ ହଜାର ଟେଷ୍ଟ

ଭୁବନେଶ୍ବର() ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫  କରୋନା ଟେଷ୍ଟ ହୋଇଛି । ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ଆରଟିପିସିଆରରେ ୧୦,୨୪୦, ଆଣ୍ଟିଜେନ ୪୨,୪୧୪ ଓ ଟ୍ରୁନଟ ମାଧ୍ୟମରେ ୧୪୧ଟି ଟେଷ୍ଟ କରାଯାଇଥିବା ଜଣାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟରେ ୫୦ ହଜାରରୁ ଅଧିକ ଟେଷ୍ଟ କରାଯିବାକୁ ଲକ୍ଷ୍ୟ କରାଯାଇଛି । ତେବେ ଆଗକୁ ଟେଷ୍ଟ ଯେତେ ପରିମାଣର ବଢିବ , ସେତିକି ଅଧିକ  କରୋନା ସଂକ୍ରମିତ ଚିହ୍ନଟ ହେବାର ମଧ୍ୟ ଆଶଙ୍କା ରହିଛି । ସେହିପରି ଆଗକୁ ରାଜ୍ୟରେ ଟେଷ୍ଟିଂ କ୍ଷମତା ୧ ଲକ୍ଷକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ବରୁ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 1 =