ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଭନ୍ନ ପ୍ରସିଦ୍ଧ ଧର୍ମାନୁଷ୍ଠାନମାନ ଖୋଲିଲାଣି । ଧବଳେଶ୍ୱରଙ୍କଠାରୁ ଆରମ୍ଭ କରି ବଳଦେବଜୀୟଙ୍କ ପୀଠ ସବୁଠି ଭକ୍ତଙ୍କ ପ୍ରବେଶ ହେଲାଣି । ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଏମସି କମିଶନରଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସଦସ୍ୟ, ଲିଙ୍ଗରାଜ ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା ହୋଇଛି । ବୈଠକରେ ନିଷ୍ପତ୍ତି ନେଇ ବିଏମସି କମିଶନର ସଂଜୟ ସିଂ ସୂଚନା ଦେଇଛନ୍ତି । ୨୩ରୁ ବିଏମସି ଅଂଚଳର ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏନେଇ ଆଭ୍ୟନ୍ତରୀଣ ବୈଠକ ବସିବ ବୋଲି କମିଶନର କହିଛନ୍ତି । କୋଭିଡ ସ୍ଥିତି ଓ ଆଜିର ବୈଠକରେ ଆସିଥିବା ମତାମତକୁ ବିଚାର କରାଯିବ ।

Share

Leave a Reply

Your email address will not be published. Required fields are marked *

1 × 5 =